ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ପଦ୍ମ ଧରିଛନ୍ତି ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ | ୪୪ ବର୍ଷୀୟ ମୋଙ୍ଗିଆ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରରେ ଶାସନରେ ଥିବା BJP ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।

ଭାରତ ପାଇଁ ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ପଞ୍ଜାବର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ମୋଙ୍ଗିଆ ରାଜନୀତିରେ ପାଦ ଥାପିଛନ୍ତି । ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ, ମୋଙ୍ଗିଆଙ୍କ BJPରେ ଯୋଗଦାନ ପରେ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts