ପୁରୀରେ ସିରିଜ୍ ଲୁଟ୍ : ଟାର୍ଗେଟରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସରକାରୀ ଅଫିସ

ସତ୍ୟପାଠ 26/12 ପୁରୀ: ପୁରୀ, ନିମାପଡା ଓ ପିପିଲି ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଲୁଟେରା ଗ୍ୟାଙ୍ଗଙ୍କ ଆତଙ୍କରାଜ । ଗୋଟିଏ ରାତି ଭିତରେ ଏକାଧିକ ସ୍ଥାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଲୁଟରୁ ବାଦ ପଡ଼ିଲା ନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ ଏବଂ ସାଧାରଣ ଗରିବ ପରିବାର। ପଞ୍ଚାୟତ ନବୀକରଣ ଓ ପାଠାଗାର ଉଦଘାଟନର ଦୁଇଦିନ ପରେ କଳା କନା ବୁଲାଇଲେ ଲୁଟେରା। ପିପିଲି ଦାଣ୍ଡ ମକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରୁ ଏଲଇଡି, ଇନଭଟର ସହ ବିଭିନ୍ନ ସରକାରୀ ଦସ୍ତାବିଜ ଚୋରି ହୋଇଛି । ସେହିଭଳି ପଞ୍ଚାୟତ ଅଫିସ ନିକଟରେ ଥିବା ମିଶନ ଶକ୍ତି ମହିଳା ମହାସଙ୍ଘ ଘରୁ ୨ଟି ସିଲାଇ ମେସିନ, ଏକ ଲକ୍ଷ ଟଙ୍କା ମୂଲ୍ୟର କପଡା, ପାଣି ମଟର ଚୋରି ହୋଇଛି । ଏତତ୍ ବ୍ୟତୀତ ଏକ କମ୍ପୁଟର ଶିକ୍ଷାକେନ୍ଦ୍ରରୁ ସିସିଟିଭି ହାର୍ଡ ଡିସ୍କ. କମ୍ପୁଟର ଚୋରି ମଧ୍ୟ ହୋଇଛି । ଏତିକିରେ ଥମି ନତିଲା ସିରିଜ୍ ଚୋରି । ସ୍ଥାନୀୟ ଏକ ବସ୍ତିରୁ ଘର କବାଟ ଭାଙ୍ଗି ଟଙ୍କା. ସୁନା ଚୋରି କରିଥିବା ବେଳେ ଭକ୍ତ ଦାସିଆ ପୀଠରୁ ଶ୍ରୀ କୃଷ୍ଣଙ୍କ ଅଷ୍ଠ ଧାତୁରେ ନିର୍ମିତ ବଇଁଶୀ ସମେତ ୫ଟି ଦାନ ହୁଣ୍ଡୀ ଓ ତେଇସିପୁର ଗୋପୀନାଥ ମନ୍ଦିରରୁ ମଧ୍ୟ ଲୁଟ୍ ହୋଇଛି । ରାସ୍ତା କଡ଼ ଜନଗହଳି ପୂର୍ଣ୍ଣ ସ୍ଥାନରୁ ତାଲାଭାଙ୍ଗି ଚୋରି କରି ସ୍ଥାନୀୟ ପୋଲିସ ପାଇଁ ଲୁଟେରା ସୃଷ୍ଟି କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Posts