ପୁରୀ ବ୍ରହ୍ମଗିରି ବ୍ଲକରେ ବାଲାଟ ବାକ୍ସ ଛଡ଼ାଇ ନେଲେ ଦୁର୍ବୁତ୍ତ

ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଦାନ ପକ୍ରିୟା | ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି | ବେଶ ଉତ୍ସାହ ର ସହ ମତଦାତା ମାନେ ମତଦାନ କରିଛନ୍ତି | ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ଏହାରି ମଧ୍ୟରେ ଅନେକ ସ୍ଥାନରୁ ଉତେଜନା ପୁର୍ଣ ଖବର ଆସୁଥିବା ବେଳେ, ପୁରୀର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚାପମାଣିକ ଗ୍ରାମ ପଞ୍ଚାୟତର କାଶିଜରିଆ ଗ୍ରାମରେ ବୁଥ ନମ୍ବର -୯ ରୁ ବାଲାଟ ବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଛି | ସକାଳ ୧୦.୩୦ ପର୍ଯ୍ୟନ୍ତ ବୁଥରେ ମତଦାନ ସୁରୁଖୁରୁରେ ଚାଲିଥିଲା ବେଳେ, ଏହି ସମୟରେ ଜଣେ ଯୁବକ ଭୋଟ୍ ଦେବାର ବାହାନା କରି ବୁଥରେ ପ୍ରବେଶ କରିଥିଲେ। ସେ ହଠାତ୍ ଏକ ବାଲାଟ୍ ବାକ୍ସ ଛଡ଼ାଇ ନେଇ ସେଠାରୁ ଦୌଡ଼ି ପଳାଇଲେ । ପରେ ସେ ବାଲାଟ ବାକ୍ସକୁ କାନ୍ଥର ଅନ୍ୟ ପାର୍ଶ୍ୱକୁ ଫିଙ୍ଗିଦେଲେ । ଅନ୍ୟ ଦୁର୍ବତ୍ତ ସେଠାରେ ଅପେକ୍ଷା କରି ରହିଥିଲେ ଏବଂ ସେମାନେ ବାଲାଟ ବାକ୍ସ ନେଇ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଲେ ।

ଦୁର୍ବୁତ୍ତଙ୍କ ପରିଚୟ ଏବଂ ଲୁଟ୍ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବ୍ରହ୍ମଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts