ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ କୋଭିଡ ପଜିଟିଭ

କରୋନା କବଜାରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ଏନେଇ ହରଭଜନ ଟ୍ବିଟ୍‌ କରି ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ କ୍ବାରେଣ୍ଟିନରେ ରହିବା ସହ ଆବଶ୍ୟକୀୟ ସତର୍କତା ମୂଳକ ପଦକ୍ଷେପ ନେଇଥିବା ଭଜି କହିଛନ୍ତି । ଏଥିସହିତ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ଗତବର୍ଷ ଡିସେମ୍ବରରେ ହରଭଜନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ୪୧ ବର୍ଷୀୟ ହରଭଜନ ଭାରତ ପାଇଁ ୧୦୩ଟି ଟେଷ୍ଟ, ୧୨୩ଟି ODI ଓ ୨୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ସୀମିତ ଓଭର କ୍ରିକେଟରେ ତାଙ୍କ ନାମରେ ରହିଛି ୨୯୪ ୱିକେଟ୍‌ ।

Related Posts