ମଧ୍ୟପ୍ରଦେଶ ପଲିଟିକ୍ସ; ବୁଡ଼ିଯାଇଥିବା ପଡ଼ୀତାଙ୍କୁ କ୍ଷତିପୂରଣ ପାଇଁ ଦିଗବିଜୟ ସିଂହ ଧାରଣା ଦେଉଥିବାବେଳେ ସାମ୍ନାକୁ ଆସିଲା ଶିବରାଜ ସିଂହ ଓ କମଲନାଥ ସିଂହଙ୍କ ସାକ୍ଷାତକାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌ÷ହାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ପ୍ରାୟ ୩୦ ମିନିଟ ଧରି ପରସ୍ପର ସହ ଆଲୋଚନା କରିଥିଲେ । ସବୁଠାରୁ ରୋଚକ କଥାଟି ହେଉଛି ଏହି ସଭାଟି ହଠାତ ହୋଇଥିଲା । ଏବଂ ତିରିଶ ମିନିଟ ଧରି ଦୁହେଁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବୁଡ଼ିଯାଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିନଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ଘର ସମ୍ମୁଖରେ ବସିଛନ୍ତି । କେବଳ ଏତିକୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କମଲନାଥ ମଧ୍ୟ ଦିଗବିଜୟ ସିଂହଙ୍କ ବିରୋଧ ସ୍ଥଳରେ ପହଞ୍ଚିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ମୋର ମୁଖ୍ୟମନ୍ତ୍ରୀଙ୍କ ସହ ହଠାତ ସାକ୍ଷାତ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦିବବିଜୟ ସିଂହଙ୍କ ସହ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

କିନ୍ତୁ ଦିଗବିଜୟ ସିଂହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି । ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ଦେଇ ପାରୁ ନାହାନ୍ତି ବୋଲି କମଲ ନାଥ କହିଛନ୍ତି । କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ବାସ୍ତବ କଥା କଣ ତାହା ଜଣାପଡ଼ିଥିଲା । ବାସ୍ତବରେ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଭେଟିବାକୁ ସମୟ ଦେଉନାହାନ୍ତି । ପ୍ରାୟ ଦେଢ଼ ମାସ ହେବ ଦିଗବିଜୟ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ସହ ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି ବୋଲି କମଲ ନାଥ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶରେ ବୁଡ଼ି ଯାଉଥିବା ଚାଷୀଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦଙ୍କୁ ଭେଟିବାକୁ ତାଙ୍କ ପାଖରେ ସମୟ ନାହିଁ। ଭୋପାଳ, ରାଜଗଡ଼, ବିଦ୍ୟା ଏବଂ ଗୁନା ଜିଲ୍ଲାର ହଜାର ହଜାର ଏକର ଜମି ଟେମ ଏବଂ ସୂତାଲିଆ ଜଳସେଚନ ପ୍ରକଳ୍ପ ଅଧୀନରେ ବୁଡ଼ି ଯାଉଛି। ପ୍ରଭାବିତ ପରିବାରକୁ ବହୁତ କମ୍ କ୍ଷତିପୂରଣ ଦିଆଯାଉଛି ଜ୍ଝ କୃଷକମାନେ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି ବୋଲି କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ।

Related Posts