ନେପାଳର ଢାଡିଙ୍ଗ ଜିଲ୍ଲାରେ ବସ୍‌-କାର ମୁହାଁମୁହିଁ ଧକ୍କା: ୪ ଜଣ ଭାରତୀୟ ମୃତ

କାଠମାଣ୍ଡୁ: ନେପାଳର ଢାଡିଙ୍ଗ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି | ଏକ ବସ୍‌-କାର ମୁହାଁମୁହିଁ ଧକ୍କା ହୋଇଛନ୍ତି | ଫଳରେ ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ, ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି |

ପୁଲିସ କହିବା ଅନୁଯାୟୀ, ଠାକରେ ଇଲାକା ପ୍ରଥିଭିରାଜ ଜାତୀୟ ରାଜପଥରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଖରା ପରିଦର୍ଶନ ପରେ ପରେ ସମ୍ପୃକ୍ତ ୪ ଜଣ ଭାରତୀୟ ପର୍ଯ୍ୟଟକ କାଠମାଣ୍ଡୁକୁ ଏକ କାରରେ ଫେରୁଥିଲେ। କାରଟିକୁ ନେପାଳର ଡ୍ରାଭର ଚଲାଉଥିଲେ। ତେବେ ଡ୍ରାଭରଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ବସ୍‌ଟି ଢାଡିଙ୍ଗରୁ କାଠାମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକମାନେ ହେଲେ ବିମଳଚନ୍ଦ୍ର ଅଗ୍ରୱାଲ, ସାଧନା ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ, ରାକେଶ ଅଗ୍ରୱାଲ ଏବଂ ଦିଲବାହାଦୁର। ପ୍ରଥମ ୩ ଜଣଙ୍କ ଘର ଉତ୍ତରପ୍ରଦେଶର ହୋଇଥିବା ବେଳେ ୪ ନମ୍ବର ବ୍ୟକ୍ତିଙ୍କ ଘର ତାମିଲନାଡ଼ୁରେ। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଏକ ସ୍ଥାନୀୟ ହସପିଟାଲକୁ ସ୍ଥନାନ୍ତର କରାଯାଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

ସେପଟେ ଏହି ମୃତ୍ୟୁ ଖବରକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି |

Related Posts