ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ: ଯାଞ୍ଚ ସହ ସୁପ୍ରିମକୋର୍ଟରେ ପହଁଚିଲା ମାମଲା

ପଞ୍ଜାବ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଘଂନ ଅଭାବର ହେବ ଯାଞ୍ଚ | ଏନେଇ ପଞ୍ଜାବ ସିଏମ୍‌ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଖବର ଅନୁଯାୟୀ ଆସନ୍ତା ତିନି ଦିନ ମଧ୍ୟରେ ଏହି କମିଟି ଏହାର ରିପୋର୍ଟ ଦାଖଲ କରିବ।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ଥିଲା। ସୁପ୍ରିମକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି।

ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ ବୋଲି ଜଣାପଡ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପିଟିସନରେ କୁହାଯାଇଛି ଯେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ସ୍ପଷ୍ଟ ଭାବେ ଉଦ୍ଦେଶ୍ୟମୂଳକ ଥିଲା। ଏହା ସହିତ ଜାତୀୟ ସୁରକ୍ଷା ଏବଂ ପଞ୍ଜାବ ସରକାରଙ୍କ ଭୂମିକାକୁ ନେଇ ଏକ ଗମ୍ଭୀର ପ୍ରଶ୍ନ ଉଠିଛି।

ରିପୋର୍ଟ ଅନୁଯାୟୀ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ରାଲି ହେତୁ ରାସ୍ତା ଅବରୋଧ ଯୋଗୁ ଫ୍ଲାଏ ଓଭର୍‌ରେ ୧୫ରୁ ୨୦ ମିନିଟ୍‌ ଯାଏ ଅଟକି ରହିଥିଲେ। ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ବ୍ୟତିକ୍ରମ ବୋଲି ବର୍ଣ୍ଣନା କରି ଗୃହ ମନ୍ତ୍ରଣାଳୟ ଏହା ଉପରେ ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛି।

Related Posts