ପ୍ରାଇଭେଟ ପାର୍ଟରେ ଡ୍ରଗ୍ସ ଚୋରାଚାଲାଣ କରୁଥିଲେ ଜଣେ ଆଫ୍ରିକୀୟ ମହିଳା: ୧୬ କୋଟିରୁ ଉଦ୍ଧ୍ୱ ଟଙ୍କାର ଡ୍ରଗ୍ସ ଜବତ

ଡ୍ରଗ୍ସ ଚୋରାଚାଲାଣ କରିବା ଅଭିଯୋଗରେ ଜଣେ ଆଫ୍ରିକୀୟ ମହିଳା ଅଟକ | ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି | ମହିଳା ଜଣକ ନିଜ ପ୍ରଇଭେଟ ପାର୍ଟ (ରେକ୍ଟମ)ରେ ହେରୋଇନ ଥିବା ୬୦ଟି କ୍ୟାପସୁଲ ଲୁଚାଇ ରଖିଥିଲେ | ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କାରୁ ଉର୍ଧ ହେବ ବୋଲି ଜଣାପଡିଛି | ଏଥିସହ ଏହାକୁ ବାହାର କରିବା ପାଇଁ ଡାକ୍ତରଙ୍କୁ ୨ ଦିନ ସମୟ ଲାଗିଥିଲା ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଶାରଜାହାରୁ ଏକ ବିମାନ ଜୟପୁରରେ ପହଞ୍ଚିଥିଲା । ଏଥିରେ ଆସିଥିବା ଆଫ୍ରିକୀୟ ମହିଳାଙ୍କ ଉପରେ ବିମାନବନ୍ଦରରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀର୍ଙ୍କର ସନ୍ଦେହ ହୋଇଥିଲା । ଫଳରେ ତାଙ୍କୁ ଡାଇରୋକେଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଟିମ୍ ଧରି ଏସଏମଏସ ହସ୍ପିଟାଲକୁ ପଠାଇଦିଆଯାଇଥିଲା । ସେଠାରେ ଡାକ୍ତର ଅସ୍ତ୍ରୋପଚାର କରି ମହିଳାଙ୍କ ପ୍ରାଇଭେଟ ପାର୍ଟରୁ ଡ୍ରଗ୍ସ କ୍ୟାପସୁଲ ବାହାର କରିଥିଲେ । କ୍ୟାପସୁଲକୁ ପ୍ରାଇଭେଟ ପାର୍ଟରେ ଏପରି ଭାବେ ଲୁଚାଇ ରଖାଯାଇଥିଲା ଯେ ତାହାକୁ ବାହାର କରିବାକୁ ଡାକ୍ତରଙ୍କୁ ୨ ଦିନ ଲାଗିଥିଲା । ମହିଳାଙ୍କ ରେକ୍ଟମରୁ ମୋଟ ୬୦ଟି ହେରୋଇନ୍ କ୍ୟାପସୁଲ ବାହାରିଥିଲା ।

୩୧ ବର୍ଷିୟା ମହିଳାଙ୍କ ନାଁ ଅମାନୀ ହାଭେନ୍ସ ଲୋପେଜ୍ । ସେ ୟୁଗାଣ୍ଡାର ବାସିନ୍ଦା । ଏବେ ଏହି ମହିଳାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ସେ ସାରଜାହାରୁ ୬୦ଟି କ୍ୟାପସୁଲ ଆଣି ଆସିଥିଲେ ବୋଲି ଜଣାପଡିଛି । ସେ ଡାକ୍ତରଙ୍କ ନିକଟରେ ଏହା ସ୍ୱୀକାର କରିଛନ୍ତି ।

Related Posts