ବଙ୍ଗୋପସାଗରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ !

ଦକ୍ଷିଣ-ପୂର୍ବ ବଙ୍ଗପୋସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) ।
ତେବେ ବର୍ତ୍ତମାନ ସମୟରେ ଏହା କେବଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଘନୀଭୂତ ହେବା ସହ ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥଳ ଭାଗ ମୁହାଁ ହେବା ନେଇ ପ୍ରାରମ୍ଭିକ ଭାବେ ଆକଳନ ପ୍ରକାଶ ପାଇଛି । ଏହାର ପ୍ରଭାବ ଓ ଗତିପଥ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।ବର୍ତ୍ତମାନର ସମୀକରଣକୁ ଦେଖି ଆସନ୍ତାକାଲି (୧୯ ଡିସେମ୍ବର) ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ୪୦-୫୦ କି.ମି ଘଣ୍ଟା ପ୍ରତି ବେଗର ପବନ ବୋହିବା ସହ ସମୟ ସମୟେ ଏହା ହେବ ବୃଦ୍ଧି ପାଇ ୬୦ କି.ମିରେ ପହଞ୍ଚିବା ନେଇ ପୂର୍ବାନୂମାନ ପ୍ରକାଶ ପାଇଛି ।

Related Posts