ବଜେଟ୍ 2022: ଜାଣନ୍ତୁ କେଉଁ ମନ୍ତ୍ରାଳୟକୁ କେତେ ଟଙ୍କା ବ୍ୟୟ ବରାଦ

2022-2023 ବର୍ଷ ଲାଗି ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ବଜେଟ୍ ଉପସ୍ଥାପନ କରିଛନ୍ତି ।

ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ବଜେଟରେ ପ୍ରମୁଖ ଯୋଜନାଗୁଡ଼ିକ ପାଇଁ ଅଧିକ ପରିମାଣର ବ୍ୟୟବରାଦ ହୋଇଛି। ଭିତ୍ତିଭୂମି, ପରିବେଶ ଓ କୃଷି କ୍ଷେତ୍ରକୁ ସକରାର ସବୁଠାରୁ ଅଧିକ ପ୍ରାଧ୍ୟାନ୍ୟ ଦେଇଛନ୍ତି।

ତେବେ ଆସନ୍ତୁ ଜାଣିବା ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କିଛି ପ୍ରମୁଖ ଯୋଜନାଗୁଡ଼ିକ ପାଇଁ ଏଥର କେତେ ଟଙ୍କାର ବ୍ୟୟବରାଦ ହୋଇଛି।

ନ୍ୟାଶନାଲ ହେଲ୍‌ଥ ମିଶନ ପାଇଁ ୨୦୨୧-୨୨ରେ ୩୪୯୪୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଏଥର ୩୭୮୦୦ କୋଟି ଟଙ୍କାର ବ୍ୟବରାଦ ହୋଇଛି। ସେହିପରି ଜଳଜୀବନ ମିଶନ ପାଇଁ ୬୦,୦୦୦ କୋଟି, ଜାତୀୟ ଶିକ୍ଷା ମିଶନ ୩୯,୫୫୩ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୯୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ୬୮,୦୦୦ କୋଟି, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ୬୪୦୦ କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା

ଯୋଗାଯୋଗ ମନ୍ତ୍ରଣାଳୟ: ୧,୦୫,୪୦୬.୮୨ କୋଟି ଟଙ୍କା

କେମିକାଲ ଓ କୀଟନାଶକ-୧,୦୭,୭୧୫.୩୮ କୋଟି

କୃଷି ମନ୍ତ୍ରଣାଳୟ: ୧,୩୨,୫୧୩.୬୨ କୋଟି

ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ: ୧,୩୮,୨୦୩.୬୩ କୋଟି

ରେଳ ମନ୍ତ୍ରଣାଳୟ: ୧,୪୦,୩୬୭.୧୩ କୋଟି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ: ୧,୮୫,୭୭୬.୫୫ କୋଟି

ସଡ଼କ ପରିବହନ ଓ ଜାତୀୟ ରାଜପଥ: ୧,୯୯,୧୦୭.୭୧ କୋଟି

ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ: ୨,୧୭,୬୮୪.୪୬ କୋଟି

ପ୍ରତିରକ୍ଷା ମନ୍ତ୍ରଣାଳୟ: ୫,୨୫,୧୬୬.୧୫ କୋଟି

Related Posts