ବଦଳିଲା ପାଗ, କମିବ ଶୀତ: ରାଜ୍ୟରେ ଘନ କୁହୁଡ଼ି ସହ ବର୍ଷା ସମ୍ଭାବନା

ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନରେ ରାଜ୍ୟରେ ବଦଳିଛି ପାଗ । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁ , ଶୀତର ପ୍ରକୋପରୁ ଟିକେ ଅସ୍ବସ୍ତି ମିଳିଛି | ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ମଙ୍ଗଳବାର କୁହୁଡ଼ି ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟର ଅନେକ ଜିଲ୍ଲାରେ ମେଘୁଆ ପାଗ ରହିବ । ୱେଷ୍ଟର୍ଣ୍ଣ ଡ଼ିଷ୍ଟର୍ବାନ୍ସ ପ୍ରଭାବରେ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି । ତେବେ ୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Related Posts