ମମିତା ମେହେରଙ୍କୁ ମିଳିବ ନ୍ୟାୟ: କଳା କୋର୍ଟ ପିନ୍ଧି କେସ୍‌ ଲଢ଼ିବେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର : କଳା କୋର୍ଟରେ ବିଧାୟକ ନରସିଂହ ମିଶ୍ର । ଦୀର୍ଘ ୮ ବର୍ଷପରେ କଳା କୋର୍ଟ ପିନ୍ଧିଛନ୍ତି ବିଧାୟକ ନରସିଂହ ମିଶ୍ର । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଲଢ଼ିବେ କେସ୍‌ । ମମିତାଙ୍କ ପରିବାର ଲୋକଙ୍କୁ ବଲାଙ୍ଗୀର ବିଧାୟକ ଭେଟିବା ସମୟରେ କହିଥିଲେ ମମିତାଙ୍କୁ ନ୍ୟାୟ ଦେବାପାଇଁ ଆବଶ୍ୟକ ହେଲେ କଳା କୋର୍ଟ ପିନ୍ଧି ଲଢ଼ିବେ। ଆଉ ଆଜି ତାହା କରିଛନ୍ତି ଶ୍ରୀ ମିଶ୍ର । ଏନେଇ ଆଜି ସେ ନିଜ କଥା ରଖି ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାଲରେ ନିଜେ ଆଭାସି ମାଧ୍ୟମରେ ମାମଲା ପରିଚାଳନା କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ଏସ ମୁରଲୀଧର ଓ ନ୍ୟାୟ ମୂର୍ତ୍ତି ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଉକ୍ତ ମାମଲାର ଶୁଣାଣି କରିଥିଲେ।

ଏଥିରେ ନରସିଂହ ମିଶ୍ର ନିଜ ଯୁକ୍ତି ରଖିଥିଲେ ଯେ କଳାହାଣ୍ଡି ଜିଲ୍ଲା କେଂଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ସ୍ଥିତ ଘରୋଇ ସନ୍‌ସାଇନ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯିବା ପଛରେ ଷଡ଼ଯନ୍ତ୍ର ରହିଛି । ତେବେ ପୋଲିସର ମାମଲା ରୁଜୁ ପରବର୍ତ୍ତୀ ତଦନ୍ତରେ ଆନେକ ସନ୍ଦେହ ସୃଷ୍ଟି କରିଛି । ସିନ୍ଧେକେଲା ପୋଲିସ ଏହି ଘଟଣାରେ ଯେଉଁ ମାମଲା ରୁଜୁ କରିଛି ପ୍ରକୃତ ଅଭିଯୁକ୍ତ ଖସିଯିବାର ରାସ୍ତା ବାହାର କରାଯାଇଛି ।

ଏହି ମାମଲା ରୁଜୁ ବେଳେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୬୬କୁ ସ୍ଥାନିତ କରାଯାଇଛି। ସେପଟେ ଏ ଧାରା କଣ ବୋଲି ପ୍ରଶ୍ନ କରିବା ସହ ତାହାର ଉତ୍ତରରେ କହିଛନ୍ତି ବିଧାୟକ । ଝିଅର ଇଚ୍ଛା ବିରୋଧରେ ବିବାହ କରିବା ପାଇଁ ଯଦି ଅପହରଣ କରାଯାଇଥାଏ ତେବେ ଏହି ଧାରା ପ୍ରୟୋଗ ହେବା କଥା । କିନ୍ତୁ ଘଟଣା ଘଟିଛି କଣ ଓ ମାମଲା ରୁଜୁ ହୋଇଛି କଣ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇନାହିଁ । ତେଣୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆଇନ ପରଦା ପଛରେ ଲୁଚକାଳି ଖେଳୁଛି ଓ ହତ୍ୟାକାରୀ ଏବଂ ସହଯୋଗୀକୁ ଗିରଫ କରି ପୋଲିସ ଦାୟିତ୍ୱ ସାରିଦେଇଛି ବୋଲି କହିବା ସହ ତଳ କୋର୍ଟରେ ପୁଣିଥରେ ଆବେଦନ କରାଯିବ ବୋଲି ହାଇକୋର୍ଟ ଅନୁମତି ଦେଇଥିବା କହିଛନ୍ତି ବିଧାୟକ ।

ସେପଟେ ବିଧାୟକଙ୍କୁ ନେଇ ରାଜନୀତି ମାହୋଲ ସରଗରମ୍ ହୋଇ ଉଠିଛି ।

Related Posts