“ବାଦାମ ବାଦାମ ଦାଦା କାଚ୍ଚା ବାଦାମ, ଆମାର କାଛେ ନାଇତୋ ବୁବୁ ବାଜା ବାଦାମ..”ଗୀତ ଗାଇ ଷ୍ଟାର ପାଲଟିଥିବା ଭୁବନ ବାଦ୍ୟକରଙ୍କ ଫିଟିଲା ଭାଗ୍ୟ, ପଇସା ବର୍ଷା ସହ ଆସୁଛି ଅନେକ ଅଫର

ଭୁବନ ବାଦ୍ୟକରଙ୍କ ଫିଟିଲା ଭାଗ୍ୟ । “ବାଦାମ ବାଦାମ ଦାଦା କାଚ୍ଚା ବାଦାମ, ଆମାର କାଛେ ନାଇତୋ ବୁବୁ ବାଜା ବାଦାମ..,ଆମାର କାଛେ ପାବେ ସୁଧୁ ବାଜା ବାଦାମ…”ଗୀତ ଗାଇ ରାତାରାତି ଷ୍ଟାର ପାଲଟିଛନ୍ତି ଭୁବନ ବାଦ୍ୟକର । ତେବେ ଏବେ ଆଉ ଭୁବନ ଆଉ ବାଦାମ ବିକିବେନି । ସର୍ବଶେଷରେ, ଯାହାକୁ ନେଇ ସେ ଅଭିଯୋଗ କରୁଥିଲେ ତାହା ଦୂର ହୋଇଛି । ଗୁରୁବାର ଇଲାମବଜାରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନ ବାଦ୍ୟକର ଏହି ଘୋଷଣା କରିଛନ୍ତି ।

ଭୁବନ ବାଦ୍ୟକରଙ୍କୁ ଏକ ମ୍ୟୁଜିକ୍ କମ୍ପାନୀ ତାଙ୍କ ଭାଇରାଲ ଗୀତ ପାଇଁ 3 ଲକ୍ଷ ଟଙ୍କା ଦେଇଛନ୍ତି। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗର ପୋଲିସ ମଧ୍ୟ ଭୁବନକୁ ସମ୍ମାନିତ କରିଛି। କେବଳ ଏତିକି ନୁହେଁ ଦିଲ୍ଲୀ, ମୁମ୍ବାଇ ଏବଂ ବାଂଲାଦେଶରୁ ଭୁବନ ବାଦାଇକରଙ୍କୁ ଅନେକ ଅଫର ମିଳୁଛି। ଏନେଇ ଭୁବନ କହିଛନ୍ତି, ସେ ଏବେ ସେଲିବ୍ରିଟି ହୋଇଯାଇଛି । ଯଦି ମୁଁ ସେଲିବ୍ରିଟି ହୋଇ ସେ ବାଦାମ ବିକିବାକୁ ଚେଷ୍ଟା କରିବି, ତେବେ ସମସ୍ତେ ତାଙ୍କୁ ଘେରିଯିବେ । ଫଳରେ ସେ ବାଦାମ ବିକ୍ରି କରିପାରିବେ ନାହିଁ । ଏବେ ସେ ଗୀତ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିଯାଇଛନ୍ତି । ଭବିଷ୍ୟତରେ ଆଉ ତାଙ୍କୁ ବାଦାମ ବିକ୍ରି କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି ।

Related Posts