ମୁଁ ବିଶ୍ୱର ସବୁଠାରୁ ମିଠା ଆତଙ୍କବାଦୀ, ତେଣୁ ପ୍ରଧାନମନ୍ତ୍ରୀ ମୋତେ ଗିରଫ କରୁନାହାନ୍ତି; କୁମାର ବିଶ୍ୱାସଙ୍କୁ କଟାକ୍ଷ କରି ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖିରେ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ସାଂଘାତିକ ଅଭିଯୋଗ କରିଥିଲେ । ସେପଟେ କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ତେବେ ସବୁ ଦୁର୍ନୀତିଗ୍ରସ୍ତ ଆପକୁ ହରାଇବା ପାଇଁ ଓ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନ କରାଇଦେବାକୁ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି ବୋଲି କେଜିୱାଲ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମୋଦୀ, ରାହୁଲ ଗାନ୍ଧୀ ସମସ୍ତେ ଆପକୁ ହରାଇବାକୁ ଆସିଛନ୍ତି । ସମସ୍ତେ ଗୋଟିଏ ପ୍ରକାର କଥା କହୁଛନ୍ତି । ରାତିରେ ଫୋନ କରି ପରସ୍ପର ସହ କଥା ହୋଇ ସକାଳୁ ସମାନ କଥା କହୁଛନ୍ତି ।

ସେହିପରି କୁମାର ବିଶ୍ୱାସଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, କୁମାର ବିଶ୍ୱାସ ଗୋଟିଏ ଦିନ ଗୀତ ଶୁଣାଇଲେ । ପ୍ରଧାନମନ୍ତ୍ରୀ ଏହା ଉପରେ ଧ୍ୟାନ ଦେଇଥିଲେ । ଏହାପରେ ବିଶ୍ୱାସ ତାଙ୍କୁ ଆତଙ୍କବାଦୀ କହିଥିଲେ । ଆତଙ୍କବାଦୀ କେବେ ବିକାଶ କଥା କୁହେ ନାହିଁ । ସେ ହେଉଛନ୍ତି ବିଶ୍ୱର ସବୁଠୁ ମିଠା ଆତଙ୍କବାଦୀ ଯିଏକି ପଞ୍ଜାବରେ ସ୍କୁଲ କଲେଜ କରିବ କହୁଛି । ଭଲ ହସ୍ପିଟାଲ ତିଆରି କରିବ । ଶସ୍ତାରେ ବିଜୁଳି ଦେବ ଓ ରୋଜଗାର ଦେବ । କିନ୍ତୁ ପୁରା ବ୍ୟବସ୍ଥା ତାଙ୍କ ବିରୋଧରେ ରହିଛି । ବିକାଶ କଥା କହୁଥିବା ଲୋକ କିଛି ଜଣଙ୍କୁ ଆତଙ୍କବାଦୀ ଭଳି ଦେଖାଯାଉଛି । ଯଦି ସେ ଆତଙ୍କବାଦୀ ତେବେ ତାଙ୍କୁ ଗିରଫ କଣ ପାଇଁ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏକଥା ଶୁଣି ତାଙ୍କୁ ହସ ଲାଗୁଛି ବୋଲି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Related Posts