ବାବା ରାମଦେବ ଲଂଚ କଲେ କ୍ରେଡିଟ କାର୍ଡ

ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ଏବେ କ୍ରେଡିଟ୍ କାର୍ଡ ଲଂଚ କରିଛି । ଯୋଗ ଓ ଆର୍ୟୁବେଦକୁ ସାରା ବିଶ୍ୱରେ ପରିଚିତ କରାଇବା ପରେ ଏବେ ଏହି କ୍ରେଡିଟ କାର୍ଡ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବାବା ରାମଦେବଙ୍କ ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ତରଫରୁ ନ୍ୟାସନାଲ ପେମେଣ୍ଟଓ କର୍ପୋରେଶନ ଅଫ୍ ଇଣ୍ଡିଆ ସହଭାଗିତାରେ ଲଂଚ କରାଯାଇଛି । କୋ-ବ୍ରାଣ୍ଡେଡ କ୍ରେଡିଟ୍ କାର୍ଡସ୍ କୁ ନ୍ୟାସନାଲ ପେମେଣ୍ଟଓ କର୍ପୋରେଶନ ଅଫ୍ ଇଣ୍ଡିଆର ରୁପେ ପ୍ଲାଟଫର୍ମରେ ଅଫର କରାଯାଇଛି । ଏହା ଦୁଇ ପ୍ରକାର ଭାରିଆଣ୍ଟଓ ପିଏନବି-ରୂପେ ପ୍ଲାଣ୍ଟିନମ ଓ ପିଏନବି ରୂପେ ସିଲେକ୍ଟ ସହ ଉପଲବ୍ଧ ହେବ ।

ଏହି ଦୁଇ ଭାରିଆଣ୍ଟର କାର୍ଡ କ୍ୟାସ ବ୍ୟାକ୍, ବୀମା କଭର ଓ ଅନ୍ୟାନ୍ୟ ସୁବିଧା ସହ ପତଞ୍ଜଳୀ ଉତ୍ପାଦ କିଣିବା ବେଳେ ଦେଖାଦେଉଥିବା ଅସୁବିଧା ଦୂର କରିବ । ଲଂଚ ଅବସରରେ କୁହାଯାଇଛି କି କାର୍ଡ ଧାରକମାନେ ଲଂଚ କରିବାର ୩ ମାସ ମଧ୍ୟରେ ପତଞ୍ଜଳୀ ଷ୍ଟୋରୁ ୨୫୦୦ ଟଙ୍କାରୁ ଅଧିକ କ୍ରୟ ଉପରେ ୨ ପ୍ରତିଶତ କ୍ୟାସ ବ୍ୟାକ ପାଇପାରିବେ । ପ୍ରତି କାରବାର ଉପରେ କ୍ୟାସ ବ୍ୟାକ୍ ସୀମା ୫୦ ଟଙ୍କା ମଧ୍ୟରେ ରହିବ ।

କେବଳ ସେତିକି ନୁହେଁ ଏହି କାର୍ଡ ଧାରକମାନେ ସେମାନଙ୍କ କାର୍ଡ ଆକ୍ଟିଭ କରାଇଲେ ୩୦୦ ପଏଣ୍ଟ ର ୱେଲକମ୍ ବୋନଓ ମିଳିବ । ଏହାସହ ପ୍ରତି ଗ୍ରାହକଙ୍କୁ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲାଓଞ୍ଜ ଏକସେସ୍ ମିଳିବ । ଏହାସହ ଖର୍ଚ୍ଚ ଉପରେ ଆଡ-ଅନ୍ କାର୍ଡ ସୁବିଧା ଓ ଆକର୍ଶଣୀୟ ପୁରସ୍କାର ପଏଣ୍ଟ ମିଳିବ । ଅନ୍ୟପଟେ ଇଏମଆଇ ଓ ଅଟୋ ଡେବିଟ୍ ସୁବିଧା ବି ଉପଲବ୍ଧ ରହିଛି ।

ଅନ୍ୟପଟେ କାର୍ଡ ଧାରକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ କିମ୍ବା ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଗଲେ ସେମାନଙ୍କୁ କ୍ରମଶ ୨ ଲକ୍ଷ ଓ ୧୦ ୧୦ ଲକ୍ଷ ଟଙ୍କାର ବୀମା କଭର ମିଳିବ । ପ୍ଲାଣ୍ଟିନମ କାର୍ଡ ଧାରକଙ୍କୁ ୨୫,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ମିଳିବ । ସିଲେକ୍ଟ କାର୍ଡ ଧାରକଙ୍କୁ ୫୦,୦୦୦ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ମିଳିବ ।

Related Posts