ହାତରେ ପ୍ଲାକାର୍ଡ, ବେକରେ ଚପଲ ମାଳ, ପ୍ରଚାର ମଇଦାନରେ ପ୍ରାର୍ଥୀ

ଦେଶରେ ଅନୁଷ୍ଠିତ ହେବ ୫ ଟି ରାଜ୍ୟରେ ଚଳିତମାସ ବିଧାନସଭା ।ତେବେ ଏନେଇ ପ୍ରଚାର ପ୍ରସାର ମଇଦାନ ଜୋର୍ ଧରିଥିବା ବେଳେ, ଏହି କ୍ରମରେ ଏବେ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ପ୍ରଚାରକୁ ଜୋରଦାର କରୁଛନ୍ତି । ପ୍ରାର୍ଥୀମାନେ ଗାଁ ଗାଁ ଘର ଘର ବୋଲି ଭୋଟରମାନଙ୍କୁ ଭେଟିବା ସହ ବିଭିନ୍ନ ଢଙ୍ଗରେ ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶର ଆଲିଗଡ ନିର୍ବାଚନ ମଣ୍ଡଳୀରୁ ନିଦ୍ଦଳୀୟ ବା ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ୱାଧୀନ ପ୍ରାଥୀ ପଣ୍ଡିତ କେଶବ ଦେବଙ୍କୁ ନିର୍ବାଚନ କମିଶନ ଚିହ୍ନ ହିସାବରେ ଜୋତା ଚିହ୍ନ ଦେଇଥିବା ବେଳେ ପ୍ରାର୍ଥୀ ଜଣଙ୍କ ବେକରେ ଜୋତାର ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରାର୍ଥୀ ଜଣଙ୍କ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ଶିବସେନା ସମର୍ଥନ କରୁଛି ବୋଲି ଜଣାପଡିଛି । ଅନ୍ୟପଟେ ପ୍ରାର୍ଥୀ ଜଣଙ୍କ ଅଭିଯୋଗ କରିଛନ୍ତି କି, ବିଜେପି କର୍ମୀ ଓ ନେତା ତାଙ୍କୁ ବାରମ୍ବାର ଧମକ ଦେଉଛନ୍ତି ।

ପଣ୍ଡିତ କେଶବ ଦେବ କହିଛନ୍ତି କି ତାଙ୍କୁ ନିର୍ବାଚନ ଚିହ୍ନ ଭାବେ ଜୋତା ଚିହ୍ନ ମିଳିଥିବାରୁ ସେ ଏଭଳି ଜୋତାମାଳ ପିନ୍ଧି ପ୍ରଚାର କରୁଛନ୍ତି । ଏହାଦ୍ୱାରା ତାଙ୍କୁ ବାରମ୍ବାର ଭୋଟରଙ୍କୁ ନିଜର ଚିହ୍ନ ବାବଦରେ କହିବାକୁ ପଡିବ ନାହିଁ ।

କହିରଖୁ କି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରମଧ୍ୟରେ ଆଲିଗଡ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ର ରହିଛି । ପୁରା ଜିଲ୍ଲାରେ ଥିବା ୭ ଟି ବିଧାନସଭା କ୍ଷେତ୍ରରେ ଏବେ ବିଜେପି ବିଧାୟକ ରହିଛନ୍ତି ।

ଜିଲ୍ଲାପାଳ ସେଲ୍ୱା କୁମାରୀ କହିଛନ୍ତି କି, ଜିଲ୍ଲାରେ ମୋଟ ୨୭.୬୪ ଲକ୍ଷ ଭୋଟର ରହିଛନ୍ତି । ଏହାସହ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲାରେ ମୋଟ ୧୬୨୯ ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

Related Posts