ବିଏସପି ସାଂସଦ କନୱାର ଦାନିଶ ଅଲ୍ଲୀଙ୍କୁ କୋରୋନା, ଗତକାଲି ଗୃହରେ ଦେଇଥିଲେ ଯୋଗ

ବିଏସପି ଲୋକସଭା ସାଂସଦ କନୱାର ଦାନିଶ ଅଲ୍ଲୀଙ୍କୁ କୋରୋନା | ତେବେ ସେ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ସଂସଦରେ କୋରୋନା ଭୟ ଦେଖାଦେଇଛି | କାରଣ ସାଂସଦ ଅଲ୍ଲୀ ଗତକାଲି (ସୋମବାର) ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ତେବେ ସେ ସମ୍ପୂର୍ଣ୍ଣ ତଥା ଦୁଇଟି ଡୋଜ ଟିକା ଗ୍ରହଣ କରିସାରିଥିବା ବେଳେ ଆଜି ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପରୀକ୍ଷା କରାଇବା ଅନୁରୋଧ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା । ପରେ ସେ ପରୀକ୍ଷା କରାଇଥିବାରୁ ସେ କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା । ଏବେ ତାଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ନଥିବାବେଳେ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।

Related Posts