ବିଜେପିର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଆରପାରିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ | ଆଜି ସକାଳ ୯ଟା ୩୦ ସମୟରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ନେଇ ସୂଚନା ଦେଇଛନ୍ତି ଝିଅ ଅନୀତା ଶୁଭଦର୍ଶିନୀ । ମୃତ୍ୟୁବେଳକୁ ରାମକୃଷ୍ଣଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ ଗଞ୍ଜାମ କୋଦଳାର ୪ ଥର ବିଧାୟକ ଥିଲେ | ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ ମହଲରୁ ଶୋକସନ୍ତପ ପରିବାର ପାଇଁ ସମବେଦନା ଜଣାଇଛନ୍ତି |

Related Posts