ବିଧାନସଭାର ଶୀତ ଅଧିବେଶନ ଶେଷ

ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହୋହଲ୍ଲା ଆଉ ହଟ୍ଟଗୋଳ ଲାଗିରହିଥିଲା । ତେବେ ଏହାରି ଭିତରେ ଆଜି ଶେଷ ହୋଇଛି ବିଧାନସଭାର ଶୀତ ଅଧିବେଶନ । ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଚଳିତ ଥର ଗୋଟିଏ ଦିନ ବି ଠିକ୍ ଭାବେ ସୁରୁଖୁରୁରେ ଚାଲିପାରିନଥିଲା । ୯ଟି କାର୍ଯ୍ୟଦିବସରେ ମାତ୍ର ୨ ଘଣ୍ଟା ପାଇଁ ଚାଲିପାରିଥିଲା ଗୃହ କାର୍ଯ୍ୟ ।

ସେପଟେ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ବର୍ଷ ଲାଗି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାପରେ ବିରୋଧୀ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଥିଲା । ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଧ୍ୟ ଶେଷ ଦିନରେ ଅନୁମୋଦନ ମିଳିଥିଲା ।

Related Posts