ଏକାଠି ପଞ୍ଚଭୂତରେ ବିଲୀନ ହେଲେ ରାୱତ ଦମ୍ପତି

ଏକାଠି ଆଖିବୁଜିଲେଏକାଠି ସାଥୀ ହେଇ ଆରପାରିକୁ ଗଲେ ରାୱ ଦମ୍ପତି । ଗୋଟିଏ ଜୁଇରେ ଏକାଠି ଜଳିଲେ । ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ ।ପଞ୍ଚଭୂତରେ ପାର୍ଥିବ ଶରୀର ବିଲୀନ ହେବା ପରେ ବିଦାୟ ନେଇଛନ୍ତି ବୀରଯୋଦ୍ଧା ଓ ବୀରାଙ୍ଗନା । ଆଉ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି କୋଟି କୋଟି ଭାରତୀୟ ।

ଆକାଶର ନିଆଁରୁ ମାଟିର ନିଆଁ ସବୁଠି ଏକାଠି ଥିଲେ ସେମାନେ । ହେଲିକପ୍ଟରର ହୃଦୟଥରା ଦୁର୍ଘଟଣାରୁ ଜୁଇରେ ଜଳିବା ଯାଏଁ ହାତଧରାଧରି ହୋଇ ରହିଛନ୍ତି ସେମାନେ । ସମୟ ସିନା ସେମାନଙ୍କ ଆୟୁଷକୁ କମାଇ ଦେଇଛି ହେଲେ ଭାଗ୍ୟ ସେମାନଙ୍କ ସମ୍ପର୍କ ଆଗରେ ମଥାନତ କରିଛି ।

ଦୁଇ ଝିଅ ବାପାମାଆଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଛନ୍ତି । ଦିଲ୍ଲୀ କ୍ୟାଂଟ ବରାର ସ୍କେ୍ୱାୟାରରେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଶେଷ ସମ୍ମାନ ସ୍ୱରୁପ ୧୭ ତୋପ ସଲାମି ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସିଡିଏସ ବିପିନ ରାୱତଙ୍କୁ ବିଦାୟ ଦେଇଛି ଦେଶ ।

Related Posts