ବିନା ଟିକା ପ୍ରମାଣପତ୍ରରେ ହେବ କାଳିଆ ଦର୍ଶନ

କାଳିଆ ଦର୍ଶନ ପାଇଁ ଉଠିଲା କଟକଣା। ଏବେ ଆହୁରି ସହଜ ହେବ କାଳିଆ ଦର୍ଶନ । ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ଲାଗିଥିବା କଟକଣା କୋହଳ ହୋଇଛି । ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୀଷନ କୁମାରଙ୍କ ସୂଚନା ।

କରୋନା ସଂକ୍ରମଣ ପାଇଁ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଥିଲା ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ ଦେଉଥିଲା । ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର।

Related Posts