ବେଙ୍ଗାଲୁରୁର ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ୪୨୫କୋଟି ଦାନ କଲେ ବାଗଚୀ ଦମ୍ପତି

ପୁଣି ଚର୍ଚ୍ଚାରେ ବାଗଚୀ ଦମ୍ପତି । ପୁଣିଥରେ ନିଜ ବଡ ହୃଦୟ ଦେଖାଇଛନ୍ତି ବାଗଚୀ ଦମ୍ପତି । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କରିଛନ୍ତି ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ଏହି ଟଙ୍କାରେ ପ୍ରତିଷ୍ଠା ହେବ ୮ଶହ ବେଡ ବିଶିଷ୍ଟ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ ।

ସୂଚନାଯୋଗ୍ୟ, ପୂର୍ବରୁ ବାଗଚୀ ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ଦାନ କରିଥିଲେ । ଯାହାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ ଏହି ଦମ୍ପତି ।

Related Posts