ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ଉଠିଲା ସମ୍ପୂର୍ଣ କୋଭିଡ୍ କଟକଣା

ସମ୍ପୂର୍ଣ୍ଣ ଭାବେ କଟକଣା ମୁକ୍ତ ହେଲା | ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କୋଭିଡ୍ କଟକଣା ହଟାଇ ଦିଆଯାଇଛି । ଆଜିଠୁ ସ୍କୁଲ, କଲେଜ, ପୂର୍ବ ପରି ଚାଲିବ । ସିନେମା ହଲ୍, ସାଧାରଣ ସଭା, ବିବାହ ଉତ୍ସବରେ କୌଣସି କଟକଣା ରହିବ ନାହିଁ । କେବଳ ତିନିଟି ନିୟମକୁ ମାନିବା ବାଧ୍ୟତାମୂଳକ କରାଯାଇଛି ।

ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଓ ଟିକା ନେବାକୁ ପଡ଼ିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟରେ ବର୍ତମାନ ସୁଦ୍ଧା ୯୫ ପ୍ରତିଶତ ଲୋକଙ୍କୁ କରୋନାର ଦୁଇଟି ଡୋଜ୍ ଟିକା ଦିଆ ସରିଲାଣି । ମାର୍ଚ୍ଚ ୨୦୨୦ରେ ଆସାମରେ କରୋନା କଟକଣା ଲାଗୁ କରାଯାଇଥିଲା । ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ତାଲା ବନ୍ଦ ବେଳେ ରାଜ୍ୟରେ ପ୍ରଥମ ଥର କଟକଣା ହୋଇଥିଲା । ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ |

Related Posts