ବିଟ୍ରେନରେ ହ୍ରାସ ପାଉଛି ଖ୍ରୀଷ୍ଟିଆନଙ୍କ ସଂଖ୍ୟା, ବଢ଼ୁଛି ମୁସଲମାନଙ୍କ ସଂଖ୍ୟା: ରିପୋର୍ଟ

ଲଣ୍ଡନ : ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ, ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାରି ହୋଇଥିବା ଜନସଂଖ୍ୟା ରିପୋର୍ଟରୁ ଏନେଇ ତଥ୍ୟ ସାମ୍ନାକୁ ଆସିଛି । ୨୦୨୧ରେ ୧୦ ବର୍ଷ ପରେ ହୋଇଥିବା ଜନଗଣନା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶରେ ୨୭.୫ ନିୟୁତ ଖ୍ରୀଷ୍ଟିଆନ ଜନସଂଖ୍ୟା ରହିଛି।

ଏହା ଦେଶର ମୋଟ ଜନସଂଖ୍ୟାର ୪୬ ପ୍ରତିଶତ। ତେବେ ୨୦୧୧ ଦୁଳନାରେ ଏହା ୧୩ ପ୍ରତିଶତ କମ ରହିଛି। କୌଣସି ଧର୍ମକୁ ମାନୁ ନଥିବା ଲୋକଙ୍କ ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି। ଏଭଳି ଲୋକଙ୍କ ସଂଖ୍ୟା ୨୨.୨ ନିୟୁତ ରହିଛି। ଏହା ମୋଟ ଜନସଂଖ୍ୟାର ୩୭.୨ ପ୍ରତିଶତ ରହିଛି। ସେହିପରି ମୁସଲମାନଙ୍କ ସଂଖ୍ୟା ୩.୯ ନିୟୁତ ରହିଛି।

ଏହି ସଂଖ୍ୟା ମୋଟ ଜନସଂଖ୍ୟାର ୬.୫ ପ୍ରତିଶତ ରହିଛି। ତେବେ ଗତ ୧୦ ବର୍ଷ ମଧ୍ୟରେ ମୁସଲମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଠାରେ ଏକ ନିୟୁତ ହିନ୍ଦୁ ରହିଛନ୍ତି। ସେହିପରି ୫ ଲକ୍ଷରୁ ଅଧିକ ଶିଖ୍‌ ଥିବା ରିପୋର୍ଟରେ ଦର୍ଶାଯାଇଛି।

Related Posts