ବେଲଜିୟମରେ ଜାରୀ ହେଲା ନୂଆ ଶ୍ରମ ଆଇନ୍: ଏଣିକି ସପ୍ତାହକୁ 3ଦିନ ଛୁଟି ରହିବ ଅଫିସ

କରୋନା ମହାମାରୀର ପ୍ରଭାବ ଧନ ଜୀବନ ସହ ମାନସିକ ଉପରେ ପ୍ରଭାବ ପକାଇଛି । ଦେଶର ଲୋକ ଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ ହୋଇପଡିଛି । ଏପରି ସ୍ଥଳେ ମାନବ ସମ୍ବଳକୁ ନେଇ ଦେଶ ଆଗକୁ ବଢୁଛି ସେମାନଙ୍କର ସ୍ଥିତିକୁ ଗୁରୁତ୍ୱ ଦେଉଛନ୍ତି କିଛି ଦେଶ । ଅଧିକ ଚାପରେ ନରହି ଯେପରି କାମ କରିପାରିବେ ସେଥିପାଇଁ ଏକାଧିକ ଦେଶ ମାନଙ୍କରେ ଗୃହିତ ହୋଇଛି ନୂଆ ଶ୍ରମ ଆଇନ୍ । ଏଥିରେ ସାମିଲ ହୋଇଛି ବେଲଜିୟମ୍ ।

ଏଣିକି ବେଲଜିୟମରେ ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡିବ । ବାକି ୩ ଦିନ ଛୁଟି । ଏହି ଛୁଟି ମଧ୍ୟରେ ଯଦି ଅଫିସ୍ ବସଙ୍କ ଠାରୁ ଯଦି କିଛି କଲ କିମ୍ବା ମ୍ୟାସେଜ୍ ଆସେ ତେବେ କର୍ମଚାରୀ ତାକୁ ଅଣଦେଖା କରିପାରିବେ । ଏପରି ଘୋଷଣା କରିଛନ୍ତି ବେଲଜିୟମ୍ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର୍ ଡି-କ୍ରୁ । କରୋନା ପରି ମହାମାରୀ ପରେ ଅର୍ଥବ୍ୟବସ୍ଥା ସହ କର୍ମଚାରୀଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଦେଶ ନିଜ ଶ୍ରମ ଆଇନରେ ପରିବର୍ତ୍ତନ କରିଛି ବୋଲି ଡି- କ୍ରୁ କହିଛନ୍ତି । ନିଜ ମନ୍ତ୍ରୀ ପରିଷଦଙ୍କ ସହ ଆଲୋଚନା କରିବା ପରେ ଏପରି ବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

Related Posts