କେବଳ ଅନ୍ୟଦେଶମାନଙ୍କୁ ବୁଲିବାକୁ ଗଲେ ଦେଶର ଉନ୍ନତି ହୋଇନଥାଏ: ମନମୋହନ ସିଂହ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆଉ ମାତ୍ର କିଛିଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏପରିକି ପରସ୍ପର ମଧ୍ୟରେ ବୟାନବାଜି ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନନେଇ ତାଙ୍କ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ଜବରଦସ୍ତି ଆଲିଙ୍ଗନ କରିବା କିମ୍ବା ବିନା ବିରିୟାନି ଖାଇବା ଦ୍ୱାରା ଅନ୍ୟ ଦେଶ ସହ ସମ୍ପର୍କରେ ଉନ୍ନତି ଆସିନଥାଏ । ସେପଟେ ତାଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆ ଖୁବ ଭାଇରାଲ ହେବାରେ ଲାଗିଛି । ଏପରିକି ଅନେକ ବ୍ୟବହାରକାରୀମାନେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବର ଲୋକଙ୍କୁ ଏକ ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ବର୍ତ୍ତମାନ ଶାସକ ଦଳ ନିଶ୍ଚିତ ଭାବରେ ବୁଝିଥିବେ ଯେ ନେତାମାନଙ୍କୁ ଜବରଦସ୍ତ ଆଲିଙ୍ଗନ କରିବା କିମ୍ବା ବିନା ନିମନ୍ତ୍ରଣରେ ବିରିୟାନି ଖାଇବାକୁ ପହଞ୍ଚିଗଲେ ଅନ୍ୟ ଦେଶ ସହ ସମ୍ପର୍କ ସୁଦୃଢ଼ ହୁଏ ନାହିଁ। ଏହା ସହ ନିଜର ଚେହେରା ବଦଳାଇଲେ ପରିସ୍ଥିତି ବଦଳିନଥାଏ, ଏହାକୁ ମଧ୍ୟ ସରକାରଙ୍କୁ ବୁଝିବାକୁ ପଡ଼ିବ । ଯାହା ସତ୍ୟ ତାହା କୌଣସି ରୂପରେ ବାହାରିଥାଏ ।

ବଡ କଥା କହିବା ଅତ୍ୟନ୍ତ ସହଜ କିନ୍ତୁ ସେହି ଜିନିଷଗୁଡ଼ିକୁ କାର‌୍ୟ୍ୟରେ ଲଗାଇବା ବହୁତ କଷ୍ଟକର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏହି ବିବୃତ୍ତି ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କଡ଼ା ମନ୍ତବ୍ୟ ଦେଇଛନ୍ତି। କେବଳ ଏତିକି ନୁହେଁ ବରଂ ଆଜି ଦେଶର ଅବସ୍ଥା ଚିନ୍ତା ଜନକ । କରୋନା ଯୁଗରେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ଅର୍ଥନୀତି ଗୋଟିଏ ପଟେ ଖସି ଆସିଛି । ଲୋକମାନେ ମୁଦ୍ରାସ୍ପୀତି ଏବଂ ବେକାରୀ ସମସ୍ୟାରେ ଅସୁବିଧାରେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ୭ ବର୍ଷ ଧରି ସରକାର ଚଳାଇବା ପରେ ମଧ୍ୟ କେନ୍ଦ୍ର ସରକାର ଭୁଲ ଗୁଡ଼ିକକୁ ଗ୍ରହଣ କରୁନାହାନ୍ତି । ଲୋକଙ୍କ ସମସ୍ୟା ପାଇଁ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି । ଏହା ସହ ମୋର ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ପଦର ଏକ ବିଶେଷ ମହତ୍ତ୍ୱ ରହିଛି । ଇତିହାସକୁ ଦାୟୀ କଲେ, ତୁମର ଭୁଲ ହ୍ରାସ ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଭାବେ କାମ କରି ମୁଁ ଅଧିକ କଥା ହେବା ପରିବର୍ତ୍ତେ କାମକୁ ପସନ୍ଦ କରିଛି ଏବଂ କାମ କରିଛି । ରାଜନୈତିକ ଲାଭ ପାଇଁ ଆମେ ଦେଶକୁ ଭାଗ କରିନାହୁଁ । ମୁଁ କଦାପି ସତ୍ୟକୁ ଘୋଡ଼ାଇବାକୁ ଚେଷ୍ଟା କରିନାହିଁ ବୋଲି ମନମୋହନ ସିଂହ କହିଛନ୍ତି ।

ସେପଟେ ନିର୍ବାଚନ ପରିବେଶରେ ପଞ୍ଜାବର ଲୋକମାନେ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍‌କୁ ଏହାର ମୁକାବିଲା ସଠିକ ଭାବରେ କରିବାକୁ ପଡ଼ିବ । କେବଳ କଂଗ୍ରେସ ପଞ୍ଜାବରେ କୃଷକଙ୍କ ସମୃଦ୍ଧତା ଏବଂ ବେକାରି ଦୂର କରିପାରିବ । ପଞ୍ଜାବର ଭୋଟରମାନେ ଏହାକୁ ମନେ ରଖିବା ଜରୁରୀ । ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଠିଆ ହୋଇଛି । ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରର ମୋର ଭାଇ ଓ ଭଉଣୀମାନଙ୍କ ସହ ଦେଶ ତଥା ରାଜ୍ୟର ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ମୋର ବହୁତ ଇଚ୍ଛା ଥିଲା । କିନ୍ତୁ ଡାକ୍ତରଙ୍କ ପରାମର୍ଶ ହେତୁ ମୁଁ ଏହାକୁ ଏହିପରି ସମ୍ବୋଧନ କରୁଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି ।

Related Posts