ମମିତା ମେହେର ହତ୍ୟା ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଯାଉ: ଜାତୀୟ ମହିଳା କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ସିବିଆଇକୁ ଦିଆଯାଉ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଟକ ସ୍ଥିତ ଜାତୀୟ ଆଇନ ଵିଶ୍ବଵିଦ୍ୟାଳୟରେ ଆୟୋଜିତ ଏକ କାର‌୍ୟ୍ୟକ୍ରମ ଅଵସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାଵି ଉଠାଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ରାଜ୍ୟରେ ମହିଳା ମାନଙ୍କ ଵିରୋଧରେ ହେଉଥିବା ଅପରାଧ ସମ୍ପର୍କରେ ମହିଳା କମିଶନ ଅଧ୍ୟକ୍ଷା ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ତଥ୍ୟ ମାଗିଥିଲେ ମଧ୍ୟ ପୋଲିସ ଡିଜି ତଥ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ।

ଦେଶରେ ମହିଳାଙ୍କ ଵିରୋଧରେ ହେଉଥିବା ଅପରାଧ ସମ୍ପର୍କରେ ପ୍ରଚଳିତ ଆଇନରେ କିଭଳି ସଂଶୋଧନ ଆଵଶ୍ୟକ ସେ ନେଇ ଆଜି ଜାତୀୟ ଆଇନ ଵିଶ୍ବଵିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅଵସରରେ ଆଜି ଚାରିଟି ପଡୋଶୀ ରାଜ୍ୟ ସହ ଓଡିଶାର ଵିଭିନ୍ନ ଵୁଦ୍ଧିଜୀଵୀମାନଙ୍କ ସହ ମହିଳା କମିଶନ ଅଧ୍ୟକ୍ଷା ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଓ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆସନ୍ତା କାଲି ମହିଳା କମିଶନ ଅଧ୍ୟକ୍ଷା ଏ ସମ୍ପର୍କରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଵେ ।

Related Posts