ବଲାଙ୍ଗୀର(ସତ୍ୟପାଠ ବ୍ୟୁରୋ): ପ୍ରେମ ବ୍ୟାପାରକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡ଼ାରେ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ହୋଇଛି ବେଲପଡ଼ା ଅଞ୍ଚଳ। ପ୍ରେମିକାଙ୍କୁ ଛୁରାମାଡ଼ କରିବା ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ସାଇନଗର ପଡ଼ାରେ ପ୍ରେମ ସମ୍ପର୍କକୁ ବିବାଦ ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ପ୍ରେମିକାଙ୍କ ପେଟରେ ଛୁରାମାଡ଼ କରାଯାଇଥିବାବେଳେ, ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ପ୍ରେମିକ ମୁନ୍ନା ବେହେରା ମୁରିବାହାଲ ଥାନା ଅନ୍ତର୍ଗତ କତରଲଗା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଖବର ପାଇ ବେଲପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁନ୍ନାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ, ଛୁରାମାଡ଼ ଓ ହତ୍ୟା ଉଦ୍ୟମ ପଛର ପ୍ରକୃତ କାରଣ ଖୋଜାଯାଉଛି । ଉଭୟଙ୍କ ସ୍ୱାସ୍ଥ୍ୟ ଓ ଘଟଣାର ସମସ୍ତ ପରିସ୍ଥିତିକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
