ବ୍ରିଟେନରେ ଓମିକ୍ରନର ଭୟଂକର ସ୍ଥିତି, ୧୨ମୃତ

ବ୍ରିଟେନରେ ଭୟଙ୍କର ସ୍ଥିତି ଧାରଣ କରିବାରେ ଲାଗିଛି ଓମିକ୍ରନ। କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନରେ ୧୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଭାରିଆଣ୍ଟ ସଂକ୍ରମକ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଏତେ ଅଧିକ ରହିବ ନାହିଁ ବୋଲି କୁହାଯାଉଥିବା ବେଳେ ବ୍ରିଟେନରେ ଏହାର ଠିକ ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ୧୨ଜଣଙ୍କ ମୃତ୍ୟୁ ସହ ୧୦୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସବୁଠାରୁ ବଡ଼ କଥା ହେବା ରବିବାର ବ୍ରିଟେନରେ ୧୨,୧୩୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାକୁ ଲାଗୁଛି | ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୮, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ତେଲେଙ୍ଗାନାରେ ୨୦, ଗୁଜରାଟରେ ୧୧, କେରଳରେ ୧୧, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡୀଗଡ଼ରେ ୧, ତାମିଲନାଡୁରେ ୧ ଏବଂ ପଶ୍ଚିମବଙ୍ଗରେ ୧ଟି ‘ଓମିକ୍ରନ୍‌’ ମାମଲା ଚିହ୍ନଟ ହୋଇଛି |

Related Posts