ବୟସ ଆଗରେ ହାର ମାନିଛି ଇଛାଶକ୍ତି, ୭୭ ବର୍ଷ ବୟସରେ ପାସ କଲେ ଦଶମ

କଥାରେ ଅଛି ଇଛା ଶକ୍ତି ଯଦି ବଡ ଥିବ, ତେବେ ଆପଣକୁ କେହି ବି ସଫଳତା ପାଇବାରୁ ଅଟକାଇ ପାରିବେନି | ଏହି କଥା କୁ ସତ୍ୟରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୭୭ ବର୍ଷ ବୟସର ବୃଦ୍ଧ | କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଏହି ସଫଳତା ହାସଲ କରିଛନ୍ତି | ରାଜସ୍ଥାନର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତି । ପାଠ ପଢ଼ା ପ୍ରତି ତାଙ୍କର ପ୍ରବଳ ଉତ୍ସାହ ତାଙ୍କୁ ଏ ବସୟରେ ସଫଳତା ଆଣିଦେଇଛି । ୫୬ ଥର ବିଫଳ ହେବା ପରେ ୫୭ ଥରରେ ସେ ଦଶମ ପାସ୍ କରିଛନ୍ତି ।

ତେବେ ଏତିକିରେ ତାଙ୍କ ପାଠ ପଢ଼ିବାର ଇଚ୍ଛା ଥମିଯାଇନି, ଦଶମ ପାସ୍ ପରେ ସେ ଦ୍ୱାଦଶ ପଢ଼ିବା ପାଇଁ ଫର୍ମ ପୂରଣ କରିଛନ୍ତି ।

ଜାଲୋର ଜିଲ୍ଲାର ସର୍ଦ୍ଦାରଗଡ଼ ବାସିନ୍ଦା ହୁକାମଦାସ ବୈଷ୍ଣବ ଯୁବଗୋଷ୍ଠୀ ପାଇଁ ଏକ ବଡ଼ ଉଦାହରଣ । ହୁକାମଦାସ ୧୯୬୨ରୁ ସେ ଦଶମ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି । ଦୀର୍ଘ ବର୍ଷ ବିଫଳତା ପରେ ୨୦୧୯ରେ ସେ ସଫଳ ହୋଇଛନ୍ତି । ଅଷ୍ଟମ ପାସ୍ କରି ହୁକୁମଦାସ୍ ସେତେବେଳେ ସରକାରୀ ଚାକିରି ପାଇଥିଲେ । କିନ୍ତୁ ଚାକିରି ପାଇବା ପରେ ମଧ୍ୟ ତାଙ୍କର ଅଧ୍ୟୟନ ପ୍ରତି ଆଗ୍ରହ କମି ନଥିଲା । ସରକାରୀ ଚାକିରୀ ପାଇବା ପରେ ମଧ୍ୟ ସେ ଦଶମ ପାସ୍ କରିବା ପାଇଁ ପାଠପଢ଼ା ଆରମ୍ଭ କରିଥିଲେ । କିନ୍ତୁ ୧୯୬୨ ରୁ ୨୦୧୮ ପର୍ଯ୍ୟନ୍ତ ହୁକାମଦାସ ଲଗାତାର ୫୬ ଥର ବିଫଳ ହୋଇଥିଲେ । ଶେଷରେ ୨୦୧୯ରେ ସେ ୫୭ତମ ଥର ପାଇଁ ଦଶମ ପରୀକ୍ଷା ଦେବା ପରେ ସଫଳ ହୋଇଛନ୍ତି ।

ସାଙ୍ଗମାନେ ପାଠପଢ଼ା ଛାଡ଼ିଦେବାକୁ କହିଥିଲେ

ଦଶମ ଶ୍ରେଣୀରେ ପ୍ରଥମ ଥର ବିଫଳ ହେବା ପରେ ସେ ୧୮ ବର୍ଷ ବୟସରେ ସରକାରୀ ଚାକିରି ପାଇଲେ । ଭୂତଳ ଜଳ ବିଭାଗରେ ଚତୁର୍ଥ ଶ୍ରେଣୀ ଚାକିରି ପାଇବା ପରେ ମଧ୍ୟ ଅଧିକ ପାଠପଢ଼ିବା ପାଇଁ ଚାହୁଁଥିଲେ । ଦଶମ ଶ୍ରେଣୀର ଫର୍ମ ପୂରଣ କରିବା ପରେ ତାଙ୍କୁ ସାଙ୍ଗମାନେ ପାଠ ଛାଡ଼ିଦେବାକୁ କହିଥିଲେ । ହେଲେ ସାଙ୍ଗମାନଙ୍କ କଥାରେ ନିରୁତ୍ସାହିତ ନହୋଇ ନେଇ ସେ ଦଶମ ପାସ୍ କରିବାକୁ ସ୍ଥିର କଲେ । ଅବଶ୍ୟ ୫୭ ବର୍ଷ ପରେ ତାଙ୍କର ଶପଥ ପୂରଣ ହୋଇଛି। ହୁକାମ ଦାଶ ବୈଷ୍ଣବଙ୍କୁ ୭୭ ବର୍ଷ ବୟସ ହୋଇଥାଇପାରେ, କିନ୍ତୁ ଅଧ୍ୟୟନ ପ୍ରତି ତାଙ୍କର ଆଗ୍ରହ ଆଜି ବି ଜାରି ରହିଛି । ଦ୍ୱାଦଶ ଶ୍ରେଣୀ ପାସ୍ କରିବାକୁ ହୁକମ୍ ଦାଶ ବୈଷ୍ଣବ ଫର୍ମ ପୂରଣ କରିଛନ୍ତି । ଆଗକୁ ପାଠପଢ଼ା ଜାରି ରଖିବେ ବୋଲି କହିଛନ୍ତି ।

Related Posts