ଭାରତରେ ହୋଇପାରେ ଆଇପିଏଲ ଲିଗ୍ ମ୍ୟାଚ !

ଭାରତରେ ହୋଇପାରେ ଆଇପିଏଲ ଲିଗ୍ ମ୍ୟାଚ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲର ୧୫ତମ ସଂସ୍କରଣ ପାଇଁ ଭେନ୍ୟୁର ଖୁଲାସା କରିଛନ୍ତି । ସୌରଭ ଗାଙ୍ଗୁଲି କହିଛନ୍ତି କି, ବୋର୍ଡ ଏଥର ଆଇପିଏଲ ଭାରତରେ କରିବାକୁ ଚିନ୍ତା କରୁଛି । ମୁମ୍ବାଇ ଓ ପୁନେରେ ଆଇପିଏଲ ଲିଗ ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ହେଲେ ନକଆଉଟ ମ୍ୟାଚ ପାଇଁ ଏବେ ବିଚାର ଚାଲିଛି ।

ସୌରଭ ଗାଙ୍ଗୁଲି ଆହୁରି କହିଛନ୍ତି କି, ଭାରତରେ ଆଇପିଏଲ ଖେଳାଯିବ ଯେଉଁ ଯାଏଁ କରୋନାର କୌଣସି ବିପଦ ଆସିନାହିଁ । ଆମେ ଏହି ସବୁ ମ୍ୟାଚକୁ ମୁମ୍ବାଇ ଆଉ ପୁନେରେ କରିବାକୁ ଚାହୁଁଛୁ । ଆଉ ନକଆଉଟ ମ୍ୟାଚ ଉପରେ ବିଚାର ଚାଲିଛି । କିଛିଦିନ ଭିତରେ ଏହାର ନିଷ୍ପତ୍ତି ଆସିଯିବ ।

କରୋନା ଯୋଗୁଁ ୨୦୨୦ରେ ପୂରା ସଂସ୍କରଣ ୟୁଏଇରେ ଖେଳାଯାଇଥିଲା । ୨୦୨୧ର ଅଧା ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଫ୍ୟାନଙ୍କୁ ଆଇପିଏଲ ମ୍ୟାଚ ଦେଖିବା ପାଇଁ ଏବେ ଆହୁରି ଅପେକ୍ଷା କରିବାକୁ ପଡିବ ।

Related Posts