ଲିପ୍ଟ ଦେବା ବାହାନାରେ ଲୁଟିନେଲେ ୭୫ ହଜାର ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲିପ୍ଟ ଦେବା ବାହାନାରେ ଲୁଟିନେଲେ ୭୫ ହଜାର ଟଙ୍କା । ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ନିଶାଦେଇ ୭୫ ହଜାର ଟଙ୍କା ନେଲେ ଦୁର୍ବୃତ୍ତ । ସେପଟେ ଗତ ଏକ ତାରିଖରେ ବେଙ୍ଗାଲୁରୁରୁ ଭୁବନେଶ୍ୱରକୁ ଫେରିଥିଲେ ବିରେନ୍ । ସତସଙ୍ଗ ବିହାର ନିକଟରେ ପ୍ରଥମ ବସ୍ ଫେଲ୍ ହେବା ପରେ ଅନ୍ୟ ଏକ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅପରିଚିତ ବ୍ୟକ୍ତି କାର୍ ଆଣି ଲିଫ୍ଟ ଦେବାକୁ କହିଥିଲେ । କାର୍ କଟକ ମହାନଦୀ ପୋଲ୍ ପାଖରେ ପହଞ୍ଚିବା ପରେ ସେଠି ଲୁଟେରାଜଣକ ତାଙ୍କୁ କିଛି ପିଇବାକୁ ଦେଇଥିଲେ ।

ଏହାପରେ ବିରେନ ଅଚେତ୍ ହୋଇପଡ଼ିଥିଲେ । ଏହାପରେ ଉକ୍ତ ଲୁଟେରାଙ୍କ ସହ ଆଉ କିଛି ଯୁବକଙ୍କ ସହ ମିଶି ତାଙ୍କୁ ପ୍ରବଳ ମାଡ଼ି ମାରି ରାସ୍ତାକଡ଼ରେ ଫୋପାଡ଼ି ତାଙ୍କଠୁ ସବୁ କିଛି ଲୁଟି ନେଇଥିବା କହିଛନ୍ତି ବିରେନ । ଲୁଟେରାମାନେ ତାଙ୍କ ନିକଟରେ ଥିବା ୨୫ ହଜାର କ୍ୟାସ୍ ସାଙ୍ଗକୁ ଏଟିଏମ୍ କାର୍ଡ ନେଇ ୭୫ ହଜାର ଟଙ୍କା ବାହାର କରି ନେଇ ଯାଇଥିବା ବିରେନ ଅଭିଯୋଗ କରିଛନ୍ତି।

Related Posts