ଭାରତୀୟ ବଂଶୋଦ୍ଭବ ଲୀନା ନାୟର ହେଲେ ଫ୍ରାନ୍ସର ଲଗଜୁରୀ ବ୍ରାଣ୍ଡ Chanelର ସିଇଓ

ବିଦେଶରେ ବଢୁଛି ଭାରତୀୟଙ୍କ ଦବଦବା | ଅନେକ ଗ୍ଲୋବାଲ କମ୍ପାନୀରେ ଶୀର୍ଷ ପଦରେ ବହୁ ଭାରତୀୟ କାମ କରୁଛନ୍ତି । ଗ୍ଲୋବାଲ କମ୍ପାନୀ ଲିଡ୍ କରୁଥିବା ଏହି ଭାରତୀୟଙ୍କ ମଧ୍ୟରେ ଯୋଡି ହୋଇଛି ଅନ୍ୟ ଜଣେ ଭାରତୀୟ ୫୨ ବର୍ଷୀୟ ଲୀନା ନାୟରଙ୍କ ନାମ । ଭାରତୀୟ ବଂଶୋଦ୍ଭବ ଲୀନା ଫ୍ରାନ୍ସର ଲଗଜୁରୀ ବ୍ରାଣ୍ଡ Chanelର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ବର୍ଷରୁ ଲୀନା ନାୟର Chanel କମ୍ପାନୀରେ ଯୋଗ ଦେବେ । ଏହାପୂର୍ବରୁ ସେ ୟୁନିଲିଭର(Unilever)ରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ(CHRO) ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଲୀନା ନିଜର ଏକ ବିବୃତ୍ତିରେ କହିଛନ୍ତି, ଆସନ୍ତା ଜାନୁୟାରୀରେ CHRO ପଦରୁ ସେ ଇସ୍ତଫା ଦେବେ ଏବଂ Chanel ସିଇଓ ଭାବେ କାର୍ଯ୍ୟ ତୁଲାଇବେ । ସେ ଗ୍ଲୋବାଲ କମ୍ପାନୀର ସିଇଓ ଭାବେ ନିଯୁକ୍ତ ହୋଇଥିବାରୁ ବହୁ ଗର୍ବ ଅନୁଭବ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Related Posts