ଢାକା, (ସତ୍ୟପାଠବ୍ୟୁରୋ): ଆସନ୍ତା ୧୨ ତାରିଖରୁ ଭାରତରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ । ତାରିକ ଭାରତ ଗସ୍ତ କରିବେ ନାହିଁ ବୋଲି ବାଂଲାଦେଶର ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି । ସେ କହିଛନ୍ତି, ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିମନ୍ତ୍ରଣ ମିଳିନାହିଁ । କେବଳ ‘ବିମ୍ସଟେକ୍’ର ଅଧ୍ୟକ୍ଷ ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଛି । ତାଙ୍କ ମୁତାବକ, ଦେଶ ପକ୍ଷରୁ ଜଣେ ସରକାରୀ ପ୍ରତିନିଧି ବ୍ରିକ୍ସ ସମ୍ମିଳନୀକୁ ଯାଇପାରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଭାରତ ଯିବା ସମ୍ଭାବନା ନାହିଁ । ଉଲ୍ଲେଖଯୋଗ୍ୟ, ବିମ୍ସଟେକ୍ ହେଉଛି ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକର ଆଞ୍ଚଳିକ ସଙ୍ଗଠନ । ଏଥିରେ ଭାରତ ଓ ବାଂଲାଦେଶ ବି ସାମିଲ ଅଛନ୍ତି । ସଦସ୍ୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, କନେକ୍ଟିଭିଟି, ସୁରକ୍ଷା ଏବଂ ଆର୍ଥିକ ସହଯୋଗକୁ ବଢ଼ାଇବା ଲାଗି ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ । ୭ଟି ଦେଶକୁ ନେଇ ଏହା ଗଠନ ହୋଇଛି । ଅନ୍ୟ ୫ଟି ଦେଶ ମଧ୍ୟରେ ଭୁଟାନ, ନୋପାଳ, ମ୍ୟାଁମାର, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଅନ୍ତର୍ଭୁକ୍ତ । ଭାରତ ବର୍ତ୍ତମାନ ବ୍ରିକ୍ସର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳୁଛି ।
