ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ

ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ | ଭାରତ ନିଜର ବିଜୟ ଅଭିଯାନ କୁ ଜାରି ରଖିବା ପାଇଁ ପ୍ରୟାସ କରିବା ବେଳେ, ଦିନିକିଆରେ ପରାସ୍ତ ହୋଇଥିବା ଇଣ୍ଡିଜ ବିଜୟ ଲକ୍ଷ ନେଇ ମୈଦାନ କୁ ଆସିବ | ଏକାଧିକ ଅଲରାଉଣ୍ଡରଙ୍କୁ ନେଇ ଖେଳୁଥିବା ଭ୍ରମଣକାରୀ ଦଳ ଆଜି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ।

ଅନ୍ୟପଟେ ଟି-ଟ୍ବେଣ୍ଟି ଆରମ୍ଭ ପୂର୍ବରୁ ଉଭୟ ଦଳ ପାଇଁ କିଛି ସମସ୍ୟା ମୁଣ୍ଡ ଟେକିଛି । ଲୋକେଶ ରାହୁଲ ଆହତ ହୋବାରୁ ଦଳରୁ ବାଦ ପଡିଛନ୍ତି । ୱାଶିଂଟନ ସୁନ୍ଦର ମଧ୍ୟ ଆହତ ହୋଇଛନ୍ତି । ରୋହିତଙ୍କ ସହ ଆଉ ଜଣେ ଯୁବ ଓପନରଙ୍କୁ ସୁଯୋଗ ମିଳିବ । ପୂର୍ବ ପ୍ରଦର୍ଶନକୁ ଦେଖିବା ଆଜିର ମ୍ୟାଚରେ ଇଷାନ କିଷନଙ୍କୁ ଓପନିଂର ସୁଯୋଗ ମିଳିପାରେ । ଋତୁରାଜ ଗାଏକ୍ବାର୍ଡ ଭଲ ଫର୍ମରେ ଅଛନ୍ତି । ତଥାପି ତାଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ । ମୋଟିମୋଟି କହିବାକୁ ଗଲେ ଭାରତ ପାଇଁ ଚୂଡାନ୍ତ ଏକାଦଶରେ ଏକପ୍ରକାର ସମସ୍ୟା ଉପୁଜିଛି । ସେପଟେ ଇଣ୍ଡିଜ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି । ଅଧନାୟକ କିରେନ ପୋଲାର୍ଡ ଏ ପର୍ଯ୍ୟନ୍ତ ଫିଟ ଘୋଷିତ ହୋଇ ନାହାନ୍ତି । ସେ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ । ପରବର୍ତ୍ତୀ ଦୁଇଟି ମ୍ୟାଚରେ ନିକୋଲାସ ପୂରନ ନେତୃତ୍ବ ନେଇଥିଲେ । ପୋଲାର୍ଡଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିନ୍ତ ।ରାତି ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ |

Related Posts