ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା କନ୍ୟାଯାତ୍ରୀ ବସ୍, ୩୦ଆହତ, ୪ ଗୁରୁତର

ପାରଳାଖେମୁଣ୍ଡିରୁ ପୋଲସରା ଯାଉଥିବା ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି | ଫଳରେ ବସ ଟି ଭାରସାମ୍ୟ ହରାଇ ଓ଼ଲଟି ପଡିବାରୁ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି | ସମସ୍ତ ଆହତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ଥିବା ସୂଚନା ।

ଗତକାଲି ବିଳମ୍ବିତ ରାତିରେ ପ୍ରାୟ ରାତି ୩ଟା ସମୟରେ ଘଟିଛି ଘଟଣା ।

ଭାଗ୍ୟବଶତଃ ଘଟଣାରେ ୨୫ରୁ ଉର୍ଦ୍ଧ୍ୱ ଆହାତ ଅଛନ୍ତି କେହି ମୃତାହତ ହୋଇନାହାନ୍ତି କିନ୍ତୁ ଆହତଙ୍କ ମଧ୍ୟରେ ୪ଜଣ ଗୁରୁତର ଅଛନ୍ତି ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।

Related Posts