ଭବାନୀପାଟଣା,(ସତ୍ୟପାଠ ବ୍ୟୁରୋ)): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା। ଏସଏଚଜି ମହିଳାମାନଙ୍କ ବିଲ୍‌ କରିବା ପାଇଁ ୧୦ ହଜାର ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିବା ଜଣାପଡ଼ିଛି। ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଚଢଉ କରିଥିଲା। ଶ୍ରୀ ରଣାଙ୍କ ଭବାନୀପାଟଣା ବାସଭବନରେ ଭିଜିଲାନ୍ସ ଟିମ୍‌ ଖାନ୍‌ତଲାସ କରୁଛି। ସ୍କୁଲରେ ମେସ୍ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ୩ ମାସର ଦରମା ବିଲ୍ ପାସ୍ କରିଦେବା ପାଇଁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।