ଭୁବନେଶ୍ବର((ସତ୍ୟପାଠ ବ୍ୟୁରୋ)): ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବାପରେ ଟ୍ରିପଲ ବିକାଶ ହେବାରେ ଲାଗିଛି। ଏହିକ୍ରମେ ଭୁବନେଶ୍ଵରରେ ବାସହୀନଙ୍କୁ ଆବାସ ଯୋଗାଣ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ବର ରେସିଡେନ୍ସି” ଆବାସିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଘାଟିକିଆରେ ‘ନୀଳକଣ୍ଠେଶ୍ବର ନି ନିବାସ’ ୫.୨୭ ୨୭ ଏକର ଜମିରେ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ନିର୍ମାଣ କରାଯାଇଥିବା ବେଳେ ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି। ହେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି। ସେହିପରି ଗାଡ଼କଣରେ ମୁକ୍ତେଶ୍ବର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୬.୩୬ ଏକର ଜମିରେ ନିର୍ମିତ ପ୍ରକଳ୍ପରେ ୬୮୦ଟି ଘର ରହିଛି। ଘର ଭିତର ର ଓ ବାହାରେ ବିଜୁଳି, ପାଣି ପାଣି, ଶୌଚାଳୟ ସବୁ ସୁବିଧା ଅଛି । ପ୍ରତି ବ୍ଲକ ଚାରି ମହଲା ବିଶିଷ୍ଟ ରହିଛି । ଗୋଟିଏ ବେଡ଼ ରୁମ୍, ଲିଭିଂ ରୁମ୍, କିଚେନ, ବାଥରୁମ୍, ଶୌଚାଳୟ ଓ ବାଲ୍କୋନୀ ରହିଛି। ଏହାସହିତ କମ୍ୟୁନିଟି ହଲ୍, ପାର୍କ, ମାର୍କେଟ କମ୍ପ୍ଲେକ୍ସର ବ୍ୟବସ୍ଥା ରହିଛି । ଆର୍ଥିକ ଦୁର୍ବଳ ବସ୍ତିବାସିନ୍ଦାଙ୍କୁ ଏହି ସବୁ ଘର ପ୍ରଦାନ କରା କରାଯିବ। ଏହି ଅବସ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ପବିତ୍ର ନବରାତ୍ର ଅବସରରେ ଭୁବନେଶ୍ବରର ଗାଡ଼କଣସ୍ଥିତ ମୁକ୍ତେଶ୍ବର ରେସିଡେନ୍ସି’ ଏବଂ ଘାଟିକିଆସ୍ଥିତ ‘ନୀଳକଣ୍ଠେଶ୍ବର ନିବାସ’ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପିତ ହୋଇଛି।
