ବଲାଙ୍ଗୀର(ସତ୍ୟପାଠବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ପଲ ପଶି ଆସିଥିବାବେଳେ ରାତିରେ ଶୋଇଥିବାବେଳେ ହଠାତ  ଆକ୍ରମଣ କରିଥିଲା | କିଛି ବୁଝିବା ଆଗରୁ ଚୁରମାର ହୋଇଗଲା ଘର, ଆଉ ଅଳ୍ପକେ ବର୍ତ୍ତିଗଲେ ୪ ଜଣ |  ହାତୀ ଆକ୍ରମଣରେ ପରିବାର ଲୋକେ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା, ମୁରିବାହାଲ ବ୍ଲକ, ଇଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମର ଲିଙ୍ଗରାଜ ଭୋଇଙ୍କ ଘରକୁ ବୁଧବାର ରାତି ୨ଟାରେ ଜଙ୍ଗଲୀ ହାତୀପଲ ଆକ୍ରମଣ କରିଥିଲେ | ଏହି ଆକ୍ରମଣରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହି  ଆକ୍ରମଣରେ ଲିଙ୍ଗରାଜ, ତାଙ୍କ ସ୍ତ୍ରୀ ଓ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ବନ ବିଭାଗ ତୁରନ୍ତ ମେଡିକାଲ୍ ଖର୍ଚ୍ଚ ସହ ପୀଡ଼ିତ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି |