ପ୍ରସିଦ୍ଧ ଡ୍ୟାନ୍ସିଂ ଷ୍ଟାର୍ ସ୍ବର୍ଗତ ମାଇକେଲ୍ ଜ୍ୟାକସନଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ପ୍ରସିଦ୍ଧ ଡ୍ୟାନ୍ସିଂ ଷ୍ଟାର୍ ସ୍ବର୍ଗତ ମାଇକେଲ୍ ଜ୍ୟାକସନଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍ | ଓସ୍କାର ବିଜେତା ବୋହେମିଆନ୍ ରାପ୍ସୋଡି ନିର୍ମାତା ଗ୍ରାହମ୍ କିଙ୍ଗ ଏବଂ ଗ୍ଲାଡିଏଟରର ପଟକଥା ଲେଖକ ଜନ୍ ଲୋଗନ୍ ବାୟୋପିକ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି | ଭେରାଇଟି ରିପୋର୍ଟ ଅନୁଯାୟୀ, ଲାୟନ୍ସଗେଟ୍ ଫିଲ୍ମର ବିଶ୍ବବ୍ୟାପୀ ବିତରଣ ଦାୟିତ୍ବକୁ ସମ୍ଭାଳିବେ | ଷ୍ଟୁଡିଓର ଅଧ୍ୟକ୍ଷ ଜୋ ଡ୍ରେକ ସୂଚନା ଦେଇଛନ୍ତି।

ମାଇକେଲ୍ ଜ୍ୟାକ୍ସନ୍ ଇଷ୍ଟେଟର ସହଯୋଗରେ ଏହି ଚଳଚ୍ଚିତ୍ରର ନିର୍ମାଣ ଅସ୍ଥାୟୀ ଭାବେ ‘ମାଇକେଲ୍’ ଶୀର୍ଷକରେ ନିର୍ମିତ ହେଉଛି । ଲାୟନ୍ସଗେଟ୍ ମୋସନ୍ ପିକ୍ଚର୍ ଗ୍ରୁପର ଅଧ୍ୟକ୍ଷ ଜୋ ଡ୍ରେକ୍ ଏକ ବୟାନରେ କହିଛନ୍ତି, “ମୁଁ ବହୁତ ଉତ୍ସାହିତ ଅଛି କି ଲାୟନ୍ସଗେଟ୍ ଏହି ମହାକାବ୍ୟ ଫିଲ୍ମର ଅଂଶ ହେବ ବୋଲି ଏବଂ ଗ୍ରାହମଙ୍କ ସହ କାମ କରି ମୁଁ ଅତ୍ୟନ୍ତ ଆନନ୍ଦିତ, ଯିଏ ‘ବୋହେମିଆନ୍ ରାପ୍ସୋଡି’ର ପ୍ରତିଷ୍ଠିତ ଜୀବନ କାହାଣୀ ବନାଇବାରେ ସଫଳତା ହାସଲ କରିଛନ୍ତି। “ଗ୍ରାହମ୍ କିଙ୍ଗ କହିଛନ୍ତି, “ମୁଁ 1981 ମସିହାରେ ଜ୍ୟାକସନ ପରିବାରକୁ ପ୍ରଥମେ ଭେଟିଥିଲି ଏବଂ ସେମାନଙ୍କର ପରମ୍ପରାକୁ ବଡ ପରଦାରେ ଆଣିବା ପାଇଁ ମୁଁ ବିନମ୍ର ଅଟେ। ପ୍ରାୟ 38 ବର୍ଷ ପରେ ଏହି ଚଳଚ୍ଚିତ୍ରର ଅଂଶ ହେବାର ସୌଭାଗ୍ୟ ପାଇବି ମୁଁ କେବେ ଭାବିନଥିଲି।” ମାଆ କ୍ୟାଥରିନ୍ ଜ୍ୟାକସନ କହିଛନ୍ତି, “ମାଇକେଲ ଛୋଟ ଥିବାବେଳେ ସେ ସିନେମାର ଯାଦୁକୁ ଭଲ ପାଉଥିଲେ। ଗୋଟିଏ ପରିବାର ଭାବରେ ଆମେ ତାଙ୍କ ଜୀବନର କାହାଣୀକୁ ବଡ ପରଦାରେ ଜୀବନ୍ତ କରିବା ନେଇ ଗର୍ବ ଅନୁଭବ କରୁଛୁ।”

Related Posts