ମଦ ପିଇବାର ବୟସ ସୀମାକୁ ବଦଳାଇଲେ ହରିୟାଣା ସରକାର, ଆଗରୁ ଥିଲା ୨୫

ହରିୟାଣା ସରକାର ମଦ ପିଇବାର ବୟସ ସୀମାରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ମଦ୍ୟପାନ ପାଇଁ ଆଇନଗତ ଭାବେ ୨୫ ଥିଲା ବେଳେ ଏବେ ଏହାକୁ ୨୧କୁ ଖସାଇ ଦିଆଯାଇଛି। ବୁଧବାର ହରିୟଣା ସରକାର ରାଜ୍ୟର ଅବକାରୀ ଆଇନର ସଂଶୋଧନ କରିଛନ୍ତି। ମଦ କିଣିବା, ବିକିବା ଏବଂ ପିଇବାକୁ ନେଇ ଏହି ଆଇନରେ ସଂଶୋଧନ କରାଯାଇଛି। ହରିୟାଣା ବିଧାନ ସଭାରେ ଅବକାରୀ(ସଂଶୋଧନ) ବିଲ-୨୦୨୧ ବିଧାନସଭାରେ ପାସ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଏହା୨୫ ବର୍ଷ ଧାର୍ଯ୍ୟ ଥିଲା ବେଳେ ଏହାକୁ ଖସାଇ ୨୧ କରାଯାଇଛି। ଅର୍ଥାତ ଜଣକୁ ୨୧ ବର୍ଷ ହେଲେ ସେ ମଦ କିଣି ପିଇ ପାରିବେ। ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ମଦ୍ୟପାନ ନେଇ ବୟସ ସୀମା ୨୫ରୁ ୨୧କୁ ହ୍ରାସ କରିଥିଲେ।

Related Posts