ପ୍ରଥମ ଥର ଭିଭିଆଇପିଙ୍କ ସୁରକ୍ଷାରେ ନିଯୁକ୍ତ ହେଲେ ମହିଳା କମାଣ୍ଡୋ, ଅମିତ ଶାହ ଓ ସୋନିଆ ଗାନ୍ଧିଙ୍କୁ ଦେବେ ସୁରକ୍ଷା

ଦେଶର ଇତିହାସରେ ପ୍ରଥମଥର।ମହିଳା କମାଣ୍ଡୋ କୁ ମିଳିଲା ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଭଳି ଭିଭିଆଇପିଙ୍କ ସୁରକ୍ଷା କାମରେ ସିଆରପିଏଫର ମହିଳା କମାଣ୍ଡୋଙ୍କୁ ନିୟୋଜିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଥମଥର ପାଇଁ ସେମାନଙ୍କ ସୁରକ୍ଷା କାମରେ ମହିଳା କମାଣ୍ଡୋ ନିୟୋଜିତ ହେବାକୁ ଯାଉଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ୩୨ ଜଣ ମହିଳା କମାଣ୍ଡୋ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ସିଆରପିଏଫ୍‌ ୱିଙ୍ଗରେ ସାମିଲ ହେବେ। ଭିଭିଆଇପିଙ୍କ ବାସଭବନର ସୁରକ୍ଷା ଦାୟିତ୍ୱରେ ମହିଳା କମାଣ୍ଡୋ ରହିବେ।”

ତାଙ୍କ ସୂଚନା ଅନୁଯାୟୀ, କିଛି ମହିଳା କମାଣ୍ଡୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘରର ସୁରକ୍ଷା କାମରେ ସାମିଲ ହେବେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପତ୍ନୀ ଗୁରଶରନ କୌର ମଧ୍ୟ ସିଆରପିଏଫର ସୁରକ୍ଷା ବଳୟରେ ରହୁଛନ୍ତି। ତେଣୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ମଧ୍ୟ ମହିଳା କମାଣ୍ଡୋ ନିୟୋଜିତ ହୋଇପାରନ୍ତି।

Related Posts