ମମିତା ମେହେର ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ଯୋଡ଼ି ହେଲା ନୂଆ ଅଭିଯୋଗ

ମଣିଷ ମରା ପରେ ଏବେ ଜମି କେଳେଙ୍କାରୀରେ ଗୋବିନ୍ଦଙ୍କ ନାଁ । ୪ କି ୫ ଡିସମିଲ ନୁହେଁ ଏକଥରେ ଏକର ଏକର ଜମି ମାଡ଼ି ବସିଛି ଗୋବିନ୍ଦ । ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ।

ବଲାଙ୍ଗିର: ମଣିଷ ମରା ପରେ ଏବେ ଜମି କେଳେଙ୍କାରୀରେ ଗୋବିନ୍ଦଙ୍କ ନାଁ । ୪ କି ୫ ଡିସମିଲ ନୁହେଁ ଏକଥରେ ଏକର ଏକର ଜମି ମାଡ଼ି ବସିଛି ଗୋବିନ୍ଦ । ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । ଆଉ ଏହାପରେ ଗୋବିନ୍ଦର କଳାସାମ୍ରାଜ୍ୟର ପେଡ଼ି ଖୋଲିବାରେ ଲାଗିଛି । ଜଣେ ବ୍ୟକ୍ତିଙ୍କୁ ଭୁଆଁ ବୁଲାଇ ପ୍ରାୟ ଦୁଇ ଏକ ଜମି ମାଡ଼ି ବସିଛି । ଗୋବିନ୍ଦର ପାୱାର ଦେଖି ଉକ୍ତ ବ୍ୟକ୍ତି କାହାକୁ ଅଭିଯୋଗ ମଧ୍ୟ କରିପାରିନଥିଲା ।

ଗୋବିନ୍ଦ ସାହୁଙ୍କ ବିରୋଧରେ ନାନା କେଳେଙ୍କାରୀ ଅଭିଯୋଗ ପରେ ଏବେ ତା ବିରୋଧରେ ଆସିଛି ଚଞ୍ଚକତା କରି ଜମି ହଡ଼ପ କରିବାର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ମହାଲିଙ୍ଗ ନିକଟସ୍ଥ କାଦୋଭଟାର ଶାନ୍ତନୁ କୁମାର ସିଂହ । ସେ ଅଭିଯୋଗ କରିଛନ୍ତି, କାଦୋଭଟା ମୌଜାର ଖାତା ନମ୍ବର ୧୬୮ର ପ୍ଲଟ ନମ୍ବର ୬୪୭, ୬୪୮, ୬୪୯, ୬୪୯ ରେ ଥିବା ୨ ଏକର ୩୨ ଡିସିମିଲ୍ ଜମିରୁ ଗୋବିନ୍ଦ ୩ଟି ପର୍ଯ୍ୟାୟରେ ନେଇ ଯାଇଛନ୍ତି ୧ ଏକର ୨୭ ଡିସିମିଲ ଜମି ।

ଖାଲି ସେତିକି ନୁହେଁ ଗୋବିନ୍ଦ ସାହୁ ନାଁରେ ଏକାଧିକ ହତ୍ୟା ମାମଲା ରହିଥିବା ଖବର ଏବେ ସାମ୍ନାକୁ ଆସିଛି । ମମିତା ମେହେର ହତ୍ୟା ମାମଲାର ବହୁ ବର୍ଷ ପୂର୍ବରୁ ଗୋବିନ୍ଦ ସାହୁ ବିରୋଧରେ ଆଉ ଏକ ହତ୍ୟା ଅଭିଯୋଗ ରହିଥିଲା । ମହାଲିଙ୍ଗ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋତିଲାଲ ନାୟକ ଏହି ଅଭିଯୋଗ କରିଥିଲେ ।

ମୋତିଲାଲଙ୍କ ଅଭିଯୋଗ ଅନୁଯାୟୀ, ଗୋବିନ୍ଦ ସାହୁର ସହଯୋଗୀ ତଥା ସମର୍ଥକମାନେ ତାଙ୍କ ଝିଅକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛନ୍ତି ।  ଥାନାଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ, ଏପରିକି ମାନବାଧିକାର କମିଶନ, ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ମୋତିଲାଲ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । କାରଣ ଗୋବିନ୍ଦ ସାହୁ ନିଜର ପତିଆରା ଓ ପାୱାର ବଳରେ ସବୁକୁ ଚାପି ଦେଇଥିଲା । ତାର କିଛି ଗୁମର ଜାଣିଥିବାରୁ ପ୍ରତିଶୋଧ ନେବା ପାଇଁ ଝିଅକୁ ଗୋବିନ୍ଦ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୋତିଲାଲ ।

ଶାନ୍ତନୁ ଓ ତାଙ୍କ ପୁଅ ସଂଜୀବଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲା ଗୋବିନ୍ଦ । ଡିସିମିଲ ପ୍ରତି ୨ ହଜାର ଟଙ୍କାର କଥା ହୋଇଥିଲା । କିନ୍ତୁ ୨ ଲକ୍ଷ ୪୦ ହଜାର ଦେୟ ମଧ୍ୟରୁ ମାତ୍ର ୩୦ ହଜାର ଟଙ୍କା ଦେଇଛି ଗୋବିନ୍ଦ । ବାକି ଟଙ୍କା ମାଗିବାରୁ ଧମକ ଦେଇଥିଲା ଓ ଥାନାର ଭୟ ଦେଖାଇଥିବା କହିଛନ୍ତି ଶାନ୍ତନୁ । ଏକ ପ୍ରକାର ମାଗଣାରେ ଅଧାରୁ ଅଧିକ ଜମି ଚାଲିଗଲା ପରେ ଏବେ ଶାନ୍ତନୁ ଏକପ୍ରକାର ସର୍ବହରା ହୋଇଥିବା କହିଛନ୍ତି ।

Related Posts