ମିଆଁମାର ସେନାର ଅମାନୁଷିକ କାଣ୍ଡ: ୫ ଶିଶୁ ଜୀବନ୍ତ ଦଗ୍ଧ

ଏକଛତ୍ରବାଦ ଶାସନ କୁ ବିରୋଧ କରିବା ପଡୁଛି ମହଙ୍ଗା । ଲୋକତନ୍ତ୍ରର ସମର୍ଥକଙ୍କୁ ବନ୍ଧୁକ ମୁନରେ କାବୁ କରିବା ପାଇଁ ଚେଷ୍ଟା କରୁଛି ମିଆଁମାର ସେନା । ଗୋଟିଏ ପଟେ ସେନାର ଏକଛତ୍ରବାଦ ଶାସନ ବଢୁଥିବା ବେଳେ ଅନ୍ୟପଟେ ସେନାର ଅତ୍ୟାଚାର ନେଇ ରାସ୍ତାକୁ ଓହ୍ଲାଉଛନ୍ତି ନାଗରିକ । ଏକ ରିପୋର୍ଟ ମୁତାବକ ମିଆଁମାର ସେନା ବିଶେଷ ଭାବେ ଗ୍ରାମୀଣ ଲୋକଙ୍କୁ ଟାର୍ଗେଟ୍ କରୁଛି । ଏବେ ସୂଚନା ମିଳିଛି ଯେ, ମିଆଁମାର ସେନା ଏକ ଗାଁ ଭିତରେ ପଶି ଲୋକଙ୍କ ହାତ ଗୋଡ ବାନ୍ଧି ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଛି । ଏଥିରେ ୫ ଜଣ ଶିଶୁଙ୍କ ସମେତ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି ।

ମିଆଁମାରର ଉତ୍ତର-ପଶ୍ଚିମରେ ଥିବା ସଗାଇଙ୍ଗ ଅଞ୍ଚଳର ଡନ ତାବ ଗାଁରେ ଜଳୁଥିବା ଶବମାନଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଫୁଟେଜ ସେନା ତରଫରୁ ଗ୍ରାମବାସୀଙ୍କୁ ଗୁଳିମାରିବାର କିଛି ସମୟ ପରେ ସୁଟିଂ କରାଯାଇଛି ।

Related Posts