ବଙ୍ଗଳା ନଶିଖିଲେ ମିଳିବନି ଚାକିରି: ମମତା ବାନାର୍ଜୀ

ନିଜ ମାତୃ ଭାଷାକୁ ପ୍ରାଧାନ୍ୟ ଦେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ବଙ୍ଗାଳୀ ଜାଣନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଚାକିରି ପାଇଁ ଆବେଦନ କରିବା ସମୟରେ ଅଗ୍ରାଧିକାର ଦିଆଯିବା ନେଇ କହିଚନ୍ତି । ବଙ୍ଗାଳୀ ନଜାଣି ବ୍ୟକ୍ତିଙ୍କ ଅପେକ୍ଷା ବଙ୍ଗାଳୀ ଜାଣିଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରଥମ ପ୍ରାଧାନ୍ୟ । ପଶ୍ଚିମବଙ୍ଗରେ ସରକରୀ ଚାକିରି ପାଇଁ ମନୋନୟନ କ୍ଷେତ୍ରରେ ପ୍ରାଥମିକତା ଓ ଅଗ୍ରାଧିକାର ମିଳିିବ।

ପଶ୍ଚିମବଙ୍ଗ ବାସିନ୍ଦାଙ୍କ ପାଇଁ ସରକାରୀ ଚାକିରି ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପକୁ ଏକ ଦୃଢ ପଦକ୍ଷେପ ଭାବରେ ବିଚାର କରାଯାଉଛି। ବୁଧବାର ଦିନ ମାଲଦା ଜିଲ୍ଲାରେ ଏକ ପ୍ରଶାସନିକ ବୈଠକକୁ ସମ୍ବୋଧିତ କରି ମୂଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗଳାରେ ରହୁଥିବା ଲୋକଙ୍କୁ ଏପରି ଚାକିରି ପାଇଁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ‘ମୁଁ ସମସ୍ତ ରାଜ୍ୟ ପାଇଁ ଏହା କହୁଛି। ବଙ୍ଗଳାରେ ନିଯୁକ୍ତି ସୃଷ୍ଟି ହେବା ପାଇଁ ବଙ୍ଗଳାର ବାସିନ୍ଦାଙ୍କୁ ଅଗ୍ରାଧିକାର ମିଳିବା ଉଚିତ୍‌। ଆପଣ ନିଶ୍ଚୟ ବଙ୍ଗଳା ଭାଷା ଜାଣିବେ ଏବଂ ବଙ୍ଗଳାର ବାସିନ୍ଦା ହେବେ’; ବୋଲି ସେ କହିଛନ୍ତି।

Related Posts