ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଙ୍କ ଘର କୁ ଆସିଲା ନୂଆ ଅତିଥି

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୁଣି ଥରେ ବାପା ହୋଇଛନ୍ତି । ଗୁରୁବାର ଦିନ ଲଣ୍ଡନର ଏକ ହସ୍ପିଟାଲରେ ପତ୍ନୀ କେରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ତେବେ ତାଙ୍କ ଝିଅର ନାଁ କ’ଣ ରଖିବେ ସେ ନେଇ କିଛି ଘୋଷଣା ହୋଇନାହିଁ। ଏହା ପୂର୍ବରୁ ଗତବର୍ଷ ଏପ୍ରିଲାରେ ବୋରିସଙ୍କ ପୁଅ ୱିଲ୍ଫ୍ରେଡ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ବୋରିସ ତାଙ୍କ ଜେଜେବାପାଙ୍କ ନାଁ ଅନୁଯାୟୀ ପୁଅର ନାଁ ରଖିଥିଲେ। ବୋରିସଙ୍କ ପୁଅର ପୂରା ନାଁ ୱିଲ୍ଫ୍ରେଡ୍‌ ଲରି ନିକୋଲସ୍‌ ଜନ୍‌ସନ୍‌। ବୋରିସଙ୍କ ଜେଜେ ମା’ଙ୍କ ନାଁ ବଷ୍ଟର ଥିବା ବେଳେ ତାଙ୍କ ନାଁ ଅନୁଯାୟୀ ନାମ ରଖିବା ନେଇ ଚର୍ଚ୍ଚା ହେଉଛି ।

Related Posts