ମୁସଲିମ ମହିଳାଙ୍କ ସହ ଅଛି ବିଜେପି: ପ୍ରଧାନମନ୍ତ୍ରୀ

ଦେଶରେ ଏବେ ହିଜାବ ପ୍ରସଙ୍ଗକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ସିଧାସଳଖ ‘ହିଜାବ’ ଶବ୍ଦ ନ ଉଠାଇ ମଧ୍ଯ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୁସଲିମ ଝିଅମାନଙ୍କର ଅଧିକାର ଓ ତାଙ୍କ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ନିଶାନା କରିଥିଲେ। ଏହି ଘଟଣା ପାଇଁ ସେ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମୁସଲିମ ମହିଳାଙ୍କର ଅଧିକାରକୁ ସଙ୍କୁଚିତ କରିବା ପାଇଁ ବିରୋଧୀ ନୂଆ ନୂଆ କୌଶଳ ପ୍ରୟୋଗ କରୁଛନ୍ତି। ମୁସଲିମ ମହିଳାଙ୍କୁ ବିଜେପି ସରକାର ତିନି ତଲାକ ସମସ୍ୟାରୁ ମୁକ୍ତି ଦେଇଛି। ଯେତେବେଳେ ମୁସଲିମ ମହିଳମାନେ ମୋଦିଙ୍କୁ ସମର୍ଥନ କଲେ ଏବେ ବିରୋଧୀଙ୍କୁ ସହ୍ୟ ହେଲା ନାହିଁ। ତେଣୁ ସେମାନେ ମୁସଲିମ ମହିଳାଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଲେ। କିନ୍ତୁ ଆମେ ସମସ୍ତ ମୁସଲିମ ମହିଳାଙ୍କ ସହ ଅଛୁ। ସେମାନଙ୍କ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।

Related Posts