କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘର ଭଡ଼ା ଦେଉନଥିବା ଅଭିଯୋଗ !

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ଆସିଲା ଆଉ ଏକ ଅଭିଯୋଗ । ଏକାଧିକ ସରକାରୀ ଗୃହକୁ ନିଜ ଅକ୍ତିଆରରେ ରଖିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଏଥିସହ କଂଗ୍ରେସ ଦଳ ଭଡ଼ା ପୈଠ କରୁ ନଥିବା ଅଭିଯୋଗ ହେଉଛି । ସୁଜିତ ପଟେଲ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିବା ସୂଚନା ଅଧିକାର ଆଇନ୍‌ ବଳରେ ଏହି ତଥ୍ୟ ମିଳିଛି। କେନ୍ଦ୍ର ଗୃହ ଏବଂ ସହାରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଆକବର ରୋଡ୍‌ରେ ଥିବା କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ପାଇଁ ଗତ ଡିସେମ୍ବର ୨୦୧୨ରେ ଶେଷଥର ପାଇଁ ଭଡ଼ା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟାଳୟ ଉପରେ ୧୨,୬୯,୯୦୨ ଟଙ୍କା ଭଡ଼ା ବାକି ରହିଥିବା କୁହାଯାଇଛି। ସେହିପରି ୧୦ ଜନପଥରେ ଥିବା ସୋନିଆଙ୍କ ଆବାସିକ କାର୍ଯ୍ୟାଳୟ ଉପରେ ୪,୬୧୦ ଟଙ୍କା ଭଡ଼ା ବାକି ରହିଛି। ଏହି କାର୍ଯ୍ୟାଳୟ ପାଇଁ ୨୦୨୦ ସେପ୍ଟେମ୍ବର ମାସରେ ଶେଷଥର ପାଇଁ ଭଡ଼ା ପୈଠ କରାଯାଇଥିଲା।

ସେହିପରି ନୂଆଦିଲ୍ଲୀର ଚାଣକ୍ୟପୁରୀରେ ବଙ୍ଗଳା ନଂ C-ll/109 ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜଙ୍କ ଅକ୍ତିଆରରେ ରହିଛି। ଏହି ଘର ଉପରେ ୫,୦୭,୯୧୧ ଟଙ୍କା ଘର ଭଡ଼ା ବକେୟା ରହିଛି। ୨୦୧୩ ଅଗଷ୍ଟରେ ଶେଷ ଥର ପାଇଁ ଏହି ଘରର ଭଡ଼ା ପ୍ରଦାନ କରାଯାଇଥିଲା।

Related Posts