ଯୋଗୀ ଓ ଅଖିଲେଶଙ୍କୁ ଟକ୍କର ଦେବେ ଜଣେ ଶିକ୍ଷକ: ଜାଣନ୍ତୁ କିଏ ସେହି ଶିକ୍ଷକ

ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ, ଏବେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ ପ୍ରାର୍ଥୀ ହେବେ ଜଣେ ଶିକ୍ଷକ | ଯାହାକୁ ନେଇ ପୂରା ୟୁପିରେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରାର୍ଥୀ ଜଣଙ୍କ ଉତ୍ତର ପ୍ରଦେଶର ରାଜନୀତିର ମୁଖ୍ୟ ଦୁଇ ନେତୃତ୍ୱଙ୍କୁ ଟକ୍କର ଦେଉଛନ୍ତି । ଅର୍ଥାତ ବ୍ୟକ୍ତି ଜଣଙ୍କ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରାର୍ଥୀ ହେଉଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରଚାର ମଇଦାନକୁ ଉହ୍ଲାଇଛନ୍ତି ।

ସୂଚନା ମୁତାବକ ଉତ୍ତର ପ୍ରଦେଶର ଜଣେ ପୂର୍ବତନ ସ୍କୁଲ ଶିକ୍ଷକ ବିଜୟ ସିଂ କହିଛନ୍ତି କି ସେ ଚଳିତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ଓ କରହଲ ବିଧାନସଭା କ୍ଷେତ୍ରରେ ଅଖିଳେଶଙ୍କ ବିରୋଧରେ ପ୍ରଚାର କରିବେ ।

କହିରଖୁ କି ପୂର୍ବତନ ଶିକ୍ଷକ ବିଜୟ ସିଂ ଜଣେ ଦୁର୍ନୀତି ବିରୋଧୀ କାର୍ଯ୍ୟକର୍ତ୍ତା । ସେ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ୨୬ ବର୍ଷ ହେବ ମୁଜାଫରପୁରରେ ଧାରଣାରେ ବସିଛନ୍ତି । ସେ ଦାବି କରିଛନ୍ତି କି ଜମି ମାଫିଆମାନେ ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଏକର ଜମିକୁ ଜବର ଦଖଲ କରି ରଖିଛନ୍ତି ।

ବିଜୟ ସିଂ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି କି ଫେବୃଆରୀ ୯ ତାରିଖରେ ସେ ଗୋରଖପୁର ଆସନରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ନାମାଙ୍କନ ଦାଖଲ କରିବେ । ଏହାସହ ଲୋକଙ୍କୁ ସଚେତନ କରିବାକୁ ସେ ନିର୍ବାଚନ ମଇଦାନକୁ ଉହ୍ଲାଉଥିବା କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ଶାସନ କରୁଥିବା ଓ କରିଥିବା କୌଣସି ବି ରାଜନୈତିକ ଦଳ ଭ୍ରଷ୍ଟାଚାର ବିରୋଧରେ ଓ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହ ଦେଖାଇ ନାହାଁନ୍ତି ।

Related Posts