ଯୌନ ନିର୍ଯାତନା ଅଭିଯୋଗରେ ଗୋଆର ବିଜେପି ମନ୍ତ୍ରୀ ମିଲିନ୍ଦ୍ ନାଏକଙ୍କ ଇସ୍ତଫା

ବିଜେପି ବିଧାୟକ ଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ | ବିଜେପି ବିଧାୟକ ମିଲିନ୍ଦ ନାଏକ | ଗୋଆ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ତଥା ବିଧାୟକ ମିଲିନ୍ଦ ନାଏକ । କଂଗ୍ରେସ ପକ୍ଷରୁ ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ସେ ଇସ୍ତଫା ଦେଇଛନ୍ତି ।

ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଏକ ମୁକ୍ତ ଏବଂ ନିରପେକ୍ଷ ଯାଞ୍ଚ ପାଇଁ ମିଲିନ୍ଦ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଏହାକୁ ଗ୍ରହଣ କରାଯାଇ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ।ସୂଚନା ଅନୁଯାୟୀ, କଂଗ୍ରେସ ଗୋଆ ମୁଖ୍ୟ ଗିରିଶ ଚୋଡନକର, ମିଲିନ୍ଦ ନାଏକଙ୍କୁ କ୍ୟାବିନେଟ ସଦସ୍ୟ ଭାବରେ ତାଙ୍କ କ୍ଷମତାର ଅପବ୍ୟବହାର କରି ଜଣେ ମହିଳାଙ୍କ ଯୌନ ଶୋଷଣରେ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଉଚିତ୍‌ ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାନ କରିଥିଲେ । କିନ୍ତୁ ସେ ସେତେବେଳେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନଥିଲେ । ମନ୍ତ୍ରୀଙ୍କୁ କ୍ୟାବିନେଟରୁ ହଟାଇବା ପାଇଁ କେବଳ 15 ଦିନ ସମୟ ଦେଇଥିଲେ ।ଏହାପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଚୋଡନକରଙ୍କୁ ମନ୍ତ୍ରୀଙ୍କ ନାମ ଖୁଲାସା କରିବାକୁ ଆହ୍ବାନ କରିଥିଲେ ଏବଂ ପୀଡିତା ତାଙ୍କ ବିରୋଧରେ ଦାଖଲ କରିଥିବା ଅଭିଯୋଗର ନକଲ ମଧ୍ୟ ପ୍ରଦାନ କରିବାକୁ କହିଥିଲେ ।ଚୋଡାନକର ନାଏକଙ୍କ ନାମ ରଖିବା ପରେ ଗୋଆ ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ସଂକଳ୍ପ ଆମୋନକର ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଆମୋନକର ପୀଡିତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଏକ ଅଡିଓ ବାର୍ତ୍ତାଳାପ ମଧ୍ୟ ସେୟାର କରିଥିଲେ । ତେବେ ଗତକାଲି ମନ୍ତ୍ରୀ ମିଲିନ୍ଦ ନିଜଆଡୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି ।

Related Posts